୭ ବର୍ଷ ପରେ ବାକୁଟୁଗାଁ ପଂଚାୟତବାସୀଙ୍କୁ ମିଳିଲା ଚାଉଳ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ନୂତନ ପଂଚାୟତ ଗଠନ ଦୀର୍ଘ ୭ ବର୍ଷ ପରେ ଖଲ୍ଲିକୋଟ ବ୍ଲକର ବାକୁଟୁଗା ପଂଚାୟତ ବାସୀଙ୍କୁ ନିଜ ପଂଚାୟତ ବାସିଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ତାରେ ଚାଉଳ ବଣ୍ଟନ କରାଯାଇଥିବାରୁ ପଂଚାୟତବାସୀ ଙ୍କ ମହଲରେ ଖୁସି ପ୍ରକାଶ ପାଇଛି l ଶୁକ୍ରବାର ଦିନ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉପାଧ୍ୟାଖ୍ୟା ଭାରତୀ ମହାରଣା,ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ସରପଞ୍ଚ ଗଣେଶ ସାହୁ, ସମିତି ସଭ୍ୟ ସରସ୍ବତୀ ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜଲ୍ଲୀ ଯୋଗାଣ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ଦାସ ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପଂଚାୟତର ୯୦୭ ଜଣ ହିତାଧିକାରୀଙ୍କୁ ପିଡିଏସ ଚାଉଳ ବଣ୍ଟନ କରିଥିଲେ l ପ୍ରକାଶ ଥାଉକି ଗତ ସାତବର୍ଷ ଧରି ଏହି ପଂଚାୟବାସୀ ପଡୋଶୀ ଲଙ୍ଗଳେଶ୍ୱର ପଂଚାୟତରୁ ଚାଉଳ ପାଇ ଆସୁଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.