ସ୍ବର୍ଗତ ଘାସିରାମ ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୋଡ଼ଫୁଲାଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଲା ପଂଚାୟତ କାର୍ଯ୍ୟାଳୟ ଠାରେ ଶନିବାର ସ୍ବର୍ଗତ ଘାସିରାମି ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ସ୍ଥାନୀୟ ଏବଂ ଆଖ ପାଖ ଅଂଚଳର ବହୁ ଚକ୍ଷୁ ରୋଗୀ ମାଗଣାରେ ଚକ୍ଷୁ ପରିକ୍ଷଣ ସହିତ ଚିକିତ୍ସା ସେବା ପାଇଛନ୍ତି | ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ସରୋଜିନୀ ମାଝୀ ଅଧକ୍ଷତା କରିଥିବା ବେଳେ  ଅତିରିକ୍ତ ଜିଲ୍ଲପାଳ ଅଗସ୍ତି ପ୍ରଧନ, ଉପ. ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଏତ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ସି. ଡି. ଏମ. ଓ ଶୋଭାରାଣୀ ମିଶ୍ର, ନୂଆପଡା ଏନ. ଏ. ସି ଅଧକ୍ଷ ମହମ୍ମଦ ଆଦମ, ସ୍ଥାନୀୟ ସରପଞ୍ଚ କବିତା ସାହୁ, ଶିବପ୍ରସାଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |

ନୂଆପଡାର ଟାଣୁଆ ଆଦିବାସୀ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ | ଏହି ଅବସର ରେ ନୂଆପଡା ର ଭେଟରାନ ନେତା ସ୍ବର୍ଗତ ମନ୍ତ୍ରୀ ଘାସିରାମ ମାଝୀ ନୂଆପଡା ଜିଲ୍ଲା ପାଇଁ କରିଥିବା ସମସ୍ତ ଅବଦାନ, ନୂଆପଡା ଜିଲ୍ଲା ଗଠନଠୁ ନେଇ ଜିଲ୍ଲାର ବିକାଶକୁ ମୁଖ୍ୟ ଧାରାରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଛି ସ୍ମୁତି ଅତିଥି ଗଣ ବକ୍ତବ୍ୟ ଦେଇଥିଲେ | 

ଜୟପୁରରୁ ଆସିଥିବା ଡାକ୍ତର ନମ୍ରତା ମାଝୀ, ସ୍ଥାନୀୟ ଦର୍ଲିମୁଣ୍ଡା ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ଆଶୁତୋଷ ଚୌଧୁରୀ ପ୍ରମୁଖ ମାଗଣା ସେବା ପ୍ରଦାନ କରିଥିଲେ | ଏହି ଶିବିରରେ ୨୨୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୬୪ ଜଣଙ୍କୁ ଅସ୍ତ୍ରୋପଚାରି ପାଇଁ ପରାମର୍ଶ ଦିଆଯାଇଥିଲା | ଏହା ସହିତ ୧୩୫ ଜଣଙ୍କୁ ଚଷମା ପ୍ରଦାନ କରା ଯାଇଥିଲା |  ସମାଜସେଵୀ ସୁଧୀର ମିଶ୍ର, କୌଶିକ ସାହୁ, କମଲେଶ ଠାକୁର ପ୍ରମୁଖ ଏହି ଶିବିରକୁ ସଫଳ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.