ଜ୍ୟୋତି ବିକାଶ ଯୁବକ ସଂଘ ରୌପ୍ୟ ଜୟନ୍ତୀ ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜ୍ୟୋତି ବିକାଶ ଯୁବକ ସଂଘ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ l ଏଥିପାଇଁ ଆଜି ପ୍ରତିଷ୍ଠା ଦିବସରେ ଉତ୍ସବର ଶୁଭାରମ୍ଭ ହୋଇଛି l ସଂଘ ସଭାପତି ଫକୀର ଚରଣ ସାହୁ ପତାକା ଉତ୍ତୋଳନ କରି ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୂଜାର୍ଚନା କରିଥିଲେ l ସମ୍ପାଦକ ନରୋତ୍ତମ ସେଲମା, ଯୁଗ୍ମ ସମ୍ପାଦକ କୈଳାସ ସାହୁ, ଭଜଶ୍ୟାମ ରଣା, ପୀତବାସ ସାହୁ, ରଞ୍ଜନ ନାଏକ, ଟଙ୍କଧର ସାହୁ ପ୍ରମୁଖ ଯୋଗଦେଇ ଉତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.