ରେଙ୍ଗାଲ ପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଲାଇବ୍ରେରୀ ବହି ଯୋଗାଣ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲି “ମୋ ସ୍କୁଲ ଅଭିଯାନ” ମାଧ୍ୟମରେ ବ୍ୟାପକ ସଫଳତା କରିଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବଦାନ୍ୟ ବ୍ୟକ୍ତି ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପଢ଼ିବା ଦିଗରେ ଅଧିକ ଗୁରୁତ୍ଵାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ବଦାନ୍ୟ ବ୍ୟକ୍ତି ସମୂହ ଏକତ୍ରିତ ହୋଇ ଆଜି ଲାଇବ୍ରେରୀ ଯୋଗାଇ ଦେଇଥିବା ସୂଚନା ମିଳିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୂର୍ବରୁ ଅନେକ ସଫଳତା ପାଇଥିବା ନଜିର ରହିଛି। ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଶ୍ରେଣୀ ପ୍ରକୋଷ୍ଠରେ ବସିବାର ସୁ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ଉଚ୍ଚକୋଟୀର ତଥା ସାଜସଜ୍ଜା ଦିଗରେ ଅଧିକ ଧ୍ୟାନ ଦେଇଛନ୍ତି। ଯାହାରି ଫଳରେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି ହୋଇ ପାରିଛି। ଗତ ଶିକ୍ଷା ବର୍ଷରେ ମୋ ସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳାରେ ଜୟପାଟଣା ବ୍ଲକରୁ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ। ଚଳିତ ୨୦୨୩-୨୪ ଶିକ୍ଷା ବର୍ଷ ରେ ବିଦ୍ୟାଳୟ ରେ ୩୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସରକାର ଙ୍କ “ମୋ ସ୍କୁଲ ଅଭିଯାନ “ଏକ ଦୂରଦୃଷ୍ଟି ସମ୍ପନ୍ନ ତଥା ବିଦ୍ୟାଳୟ ପରିବେଶକୁ ଏକ ଗୁଣାତ୍ମକ ପରିବେଶ କରିଥିବା ହେତୁ ପୁରାତନ ଛାତ୍ର ମାନଙ୍କୁ ବିଦ୍ୟାଳୟ ମୁଖି କରିପାରିଛି। ଗତ ତା ୧୮/୧୨/୨୩ ରିଖ ଦିନ ପୁରାତନ ଛାତ୍ର ଅଭିଭାବକ, ବଦାନ୍ୟ ବ୍ୟକ୍ତି ବିଦ୍ୟାଳୟର ସଭ୍ୟ ସଭ୍ୟା ମିଳିତ ଭାବେ ମୋଟ ୨୨୦୦ ଖଣ୍ଡ ଲାଇବ୍ରେରୀ ପୁସ୍ତକ ସର୍ବମୋଟ ଟ,୧,୩୧,୩୦୧/- (ଏକ ଲକ୍ଷ ତିରିଶି ହଜାର ତିନିଶହ ଏକ) ଟଙ୍କା ମୂଲ୍ୟର ସହାୟତା ପ୍ରଦାନ କରିଛନ୍ତି। ତନ୍ମଧ୍ୟରେ ନଳିନୀ କୁମାର ପଟ୍ଟଯୋଶୀ (ବଦାନ୍ୟ ବ୍ୟକ୍ତି) ଟ,୧୦,୧୪୫,/- ଅର୍ଥରାଶିରେ ୧୫୬ ଖଣ୍ଡ ପୁସ୍ତକ ଯୋଗାଇ ଦେଇଥିବା ବେଳେ ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ଟ୬୦୧୬/- ବ୍ୟୟରେ ୯୯ ଖଣ୍ଡ, ବିଦ୍ୟାଳୟର ସଭାପତି ଉମାଶଙ୍କର ଦୀପ ୭୬ ଖଣ୍ଡ, ଦିପଚନ ସାହୁ ୬୭ ଖଣ୍ଡ, ଟିକେ ଚନ୍ଦ୍ର ମାଝୀ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଆରସିସି ଜୟପାଟଣା ୧୪୨ ଖଣ୍ଡ, ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ଶର୍ମା, ଘନଶ୍ୟାମ ପ୍ରଧାନୀ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଚନ୍ଦ୍ରୀକା ପୁଝାରୀ, ରୁକ୍ମିଣୀ ପୁଝାରୀ, ଦୁର୍ଲ୍ଲଭ ନାଏକ,ନବ କିଶୋର ନାଏକ ପ୍ରମୁଖ ଲାଇବ୍ରେରୀ ପୁସ୍ତକ ଯୋଗାଇ ଦେଇଥିବା ଦେଇ ଉଦାହରଣ ସୃଷ୍ଟି କରିଥିବାରୁ ସମସ୍ତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ଏପରି ମହତ କାର୍ଯ୍ୟ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ବହୁତ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆସନ୍ତା ଜାନୁଆରୀ ନେତାଜୀ ଜୟନ୍ତୀ ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାର ଥିବାରୁ ଛାତ୍ରଛାତ୍ରୀମାନେ ବହୁତ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.