ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ଉଦ୍ଦେଶ୍ୟରେ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ଶିକ୍ଷାବିତ ବନମାଳୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ଜବାହର ନୋଡାଲ ଉଚ୍ଚ ବିଦ୍ୟପୀଠ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, କୋକସରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ସାମନ୍ତ କୁମାର ପଟ୍ଟଯୋଶୀ, ଦୁର୍ଗା ପ୍ରସାଦ ଅଗ୍ରୱାଲ, କଳମପୁର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାସଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ଜୀବନ ହେଉ ବୋଲି କାମନା କରିଥିଲେ। ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷୟତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରଞ୍ଜନ ନାଏକ, ବବୃବାହାନ ଛତ୍ରିଆ, ମାମିନା ଚୌଧୁରୀ, ସୁଭାଷିନୀ ଦାସ, ସ୍ମୁତିମୟୀ ଦୁର୍ଗା, ସୀତାରାମ ରାଉତ, ଡମ୍ବରୁଧର ନାଏକ, ଜଗଦୀଶ ପ୍ରସାଦ ଠାକୁର, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, ପଙ୍କଜ ମୁଖ ଚୌଧୁରୀ, ରବି ଦାସ, କହ୍ନେଇ ଚରଣ ଦାସ, ସନ୍ତୋଷ ଦାସ, ସନ୍ତୋଷ ସାହୁ, ଗୁଣନିଧି ବାଗ, ଗରୁଡ଼ ବାଗ, କିଶୋର ଦାସ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.