ସଇଁତଲା ବ୍ଲକ ସ୍ତରୀୟ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ):
ସଇଁତଲା ବ୍ଲକର ବିବିନା ପ୍ରାଥମିକ ବିଦ୍ୟାଳୟ ପରିସରରେ ବାବା ସାହେବ ଆମ୍ବେଦକଙ୍କ ୧୩୪ତମ ଜନ୍ମ ଜୟନ୍ତି ସଇଁତଲା ବ୍ଲକ ସ୍ଥରୀୟ ପାଲିତ ହୋଇଯାଇଛି। ଲକ୍ଷେଘର ଗଣ୍ଡା ସମାଜ ସଭାପତି ପ୍ରୀତିସାଗର ମହାନନ୍ଦଙ୍କ ସଭାପତିତ୍ବରେ ପ୍ରଥମେ ଗଣ୍ଡାବାଜା ତାଳେ ତାଳେ ଓ ଜୟଭୀମ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ ପରେ ବାବାସାହେବ ଙ୍କ ପ୍ରତିମୂର୍ତ୍ତି ଠାରେ ଫୁଲମାଳ ଅର୍ପଣ କରି ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଗୌତମ କ୍ଷେତି, ତପୀଧର କୁମ୍ଭାର ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଇଁତଲାର ପୂର୍ବତନ ସରପଞ୍ଚ ଭୀମସେନ ସ୍ବାଇଁ, ଯାଦବ ସମାଜର ସମ୍ପାଦକ ବିନୟ ଭୋଇ, ସବେତ୍ରୀ ବାଇଫୁଲେ ସଭାନେତ୍ରୀ ମାଳତୀ ମହାନନ୍ଦ, ବିବିନା ସରପଞ୍ଚ ପୁରୁଷୋତ୍ତମ କଳତା, ଦେବହରୀ ଛତ୍ରିଆ, ସୁଧୀର ରଣା, ମୋହନ ନନ୍ଦ, ଲାଈମନ ଭୋଇ, ଯୁଗାନ୍ତ ଭରାସାଗର, ସୂଚନ୍ଦ୍ର ହରପାଳ, ସଂଘର ଉପସଭାପତି ଧନୁ ନାଗ, ବିନୋଦ ନାଗ, ହେମନ୍ତ ମୁନା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଆମ୍ବେଦକର ପ୍ରେମୀ ସାମିଲ ହୋଇଥିବାବେଳେ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଇଶ୍ୱର ଦୀପ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.