ଓଡିଶାରେ ପଛୁଆବର୍ଗଙ୍କୁ କରାଯାଇଛି ଅବହେଳା -ଅଖିଳେଶ ଯାଦବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ସେ ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶାରେ ପଛୁଆବର୍ଗ, ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁତ ପଛରେ। ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସରକାର ପି.ଡି.ଏସ୍ (ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ) ମାନଙ୍କ ପାଇଁ ବହୁତ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି। ଯେଉଁଥିପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଚାରିଥର ସରକାର କରିପାରିଛି। ଏପଟେ ଓଡ଼ିଶାରେ ଡବଳ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି, ଡବଲ କେଳେଙ୍କାରୀ, ଡବଲ ବଜାର ଦର ସର୍ବସାଧାରଣଙ୍କୁ ଦୁର୍ବିସହ କରି ପକାଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ସମାଜବାଦୀ ପାର୍ଟି ତୃଣମୂଳସ୍ତରକୁ ଯିବ ଓ ପଛୁଆବର୍ଗ, ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ପାଇଁ ସଂଗ୍ରାମ ଜାରି ରଖିବ ଓ ପଛୁଆବର୍ଗମାନଙ୍କୁ ସଂଗଠିତ କରି ଓଡ଼ିଶାରେ ସରକାର ଗଠନ ପାଇଁ ପ୍ରୟାସ କରିବ। ଅନ୍ୟ ଦଳର ଯେଉଁ ନେତାମାନେ ସମାଜବାଦ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସମାଜବାଦୀ ପାର୍ଟିରେ ଯୋଗ ଦେବାକୁ ଚାହିଁବେ, ସେମାନଙ୍କୁ ସ୍ବାଗତ କରା‌ଯିବ। ଓଡ଼ିଶାରେ ଜାତିଗତ ଜନଗଣନା ଓ ସାମାଳିକ ନ୍ୟାୟ ପାଇଁ ସମାଜବାଦୀ ପାର୍ଟି ରାଜ୍ୟବ୍ୟାପୀ ସଂଗ୍ରାମ ଜାରି ରଖିଛି। ଏହି ଅବସରରେ ପାର୍ଟିର ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ମାନଙ୍କୁ ଶ୍ରୀଯୁକ୍ତ ଯାଦବ ସମ୍ବୋଧିତ କରିଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ରାଜ୍ୟ ସଭାପତି ଶିବ ହାତୀ ଯାଦବ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭକାନ୍ତ ଖଡି଼ରତ୍ନ, ଅଧ୍ୟକ୍ଷ ପବିତ୍ର ମୋହନ ସାହୁ, ଭୁବନେଶ୍ଵର ତିନୋଟି ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ପ୍ରବୀନ ନାୟକ, ଯାଜପୁର ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଦୀପକ କୁମାର ସାହୁ, ରଣପୁର ନିର୍ବାଚନ ମଣ୍ଡଳୀର ଅଧ୍ଯକ୍ଷ ହୁକ୍ଳାସ ବାରିକ, ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀର ଅଧକ୍ଷ ଡଃ ଅକ୍ଷୟ କୁମାର ବାରିକ, ନୂଆପଡା଼ ଜିଲ୍ଲା ଅଧକ୍ଷ ବେଣୁଧର ଗହିର, କଳାହାଣ୍ଡି ଜିଲ୍ଲା ଅଧ୍ଯକ୍ଷ ଜଗଦୀଶ ଯାଦବ, ବରିଷ୍ଠ ସମାଜବାଦୀ ନେତା ମହମ୍ମଦ ଅଖତାର, କୃଷକ ନେତା ବିଜୟ ବେହେରା, ସଜ୍ଜିତ ଦାସ, ରାଜ୍ୟ ପ୍ରଭାରୀ ଦୀପକ ମିଶ୍ର ଓ ରାଜ୍ୟ ସମ୍ପାଦକ ପ୍ରତାପ ବାରିକ ପ୍ରମୁଖ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ବିଜେଡ଼ିର ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ଦାସ ଅଖିଳେଶ ଯାଦବଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.