ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନ ସହ ପୋଷଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଭାଟ କୁମରଡ଼ା ସେକ୍ଟର ସ୍ତରୀୟ ପୋଷଣ ଦିବସ ରାଇପୁର ଗ୍ରାମପଞ୍ଚାୟତ ସ୍କୁଲ ନିକଟ କଲ୍ୟାଣୀ ମଣ୍ଡପ ପରିସରରେ ସେକ୍ଟର ସୁପର ଭାଇଜର ଜୟନ୍ତୀ ପାଣିଗ୍ରାହୀ ଙ୍କ ନିର୍ଦେଶନା ଓ ସ୍ଥାନୀୟ ଅଙ୍ଗନ ୱାଡି କର୍ମୀଙ୍କ ମିଳିତ ସଂଯୋଜନା ରେଆରମ୍ଭ କରା ଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଇପୁର ସମିତି ସଭ୍ୟା ଉଷା ରାଣୀ ବେହେରା, ନ୍ୟାୟବ ସରପଞ୍ଚ ସବିତା ବେହେରା, ଆଶା କର୍ମୀ ମଞ୍ଚାସିନ ଥିଲେ | ଏହା ସହିତ କିଛିୱାର୍ଡମେମ୍ବର, ଅଙ୍ଗନ ୱାଡି ସହାୟିକା, କିଶୋରୀ ବାଳିକା, ସହିତ ମାଆ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସମୁର୍ଣ୍ଣ ସହଯୋଗ କରିଥିଲେ |

କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରସ୍ତୁତି ଖାଦ୍ୟ, ଏବଂ ଅନାନ୍ୟ ଖାଦ୍ୟ ଯାହା ଚୁଡ଼ା, ମୁଢ଼ି ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତଡାଲମା,ସନ୍ତୁଳା,ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି,ଫଳ ଜୁସ, ଡାଲିଜାତୀୟ ରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷୋଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ |

ମାତ୍ରାଧିକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗି ଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକ‌ତା ଅଛି । ବାହାର ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମା ଙ୍କ ସ୍ବାସ୍ଥ୍ୟ ପ୍ରତି ଭଲଅଟେ । ମାଆ ମାନେ ନିଜକୁ ସ୍ଵଚ୍ଛତା ରଖୁବାସହ, ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲିଅତିଥି ମାନେ ମତ ବ୍ୟକ୍ତ କରିଥିଲେ।

ରାଜ୍ୟ ସରକାରଙ୍କ ତରଫରୁ କିଶୋରୀ ବାଳିକା ମାନଙ୍କୁ ସ୍ଵତନ୍ତ୍ର ପୃଷ୍ଟିକର ଖାଦ୍ୟ ଭାବେସପ୍ତାହକୁ 4ଗୋଟି ଲେଖାଏଁ 16 ଗୋଟି ଅଣ୍ଡା, ଭଜାଚଣାଏକପକେ ,ମସଲାମୁଢ଼ି଼ ଏକ ପକେଟ, ସାମାନ ବଣ୍ଟା ଯାଉଛି | ଏହି କାର୍ଯ୍ୟ କ୍ରମ ରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଓ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ |

ଶେଷରେ ଅଙ୍ଗନୱାଡି କର୍ମୀ ଙ୍କ ସବୁ ଉଦ୍ୟମରେ ସଜ୍ଜିତ ହୋଇ ଥିବା ଏହି ପୋଷଣ କାର୍ଯ୍ୟକ୍ରମ ବହୁତ ଭଲ ହୋଇଥଲା ବୋଲି ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା ଙ୍କୁ ଧନ୍ୟବାଦ ଜଣାଇ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.