ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉଦଘାଟନ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଜର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ  ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ମନ୍ତ୍ରୀ କ୍ରୀଡା ଓ ଯୁବସେବା ବିଭାଗ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟର କୁ ଆଭାସୀ ମାଧ୍ୟମରେ ଶୁଭ ଉନ୍ମୋଚନ କରିଥିଲେ। ସେ ଏହି ଅବସରରେ ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ନିମନ୍ତେ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରି ଏହି କେନ୍ଦ୍ର ଆଗାମୀ ଦିନରେ ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି ଜିଲ୍ଲାର କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସୂଚୀତ କରିଛନ୍ତି। ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର, କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ଆଇପିଇଓ ସତ୍ୟ ନାରାୟଣ ତ୍ରିପାଠୀ, କୋଚ, ଖେଳ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କ୍ରୀଡା ଛାତ୍ରଛାତ୍ରୀ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.