ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ଜୁଲୁଣ୍ଡା ଗ୍ରାମ ର ତ୍ରିଲୋଚନ ମେଲି(୯୨)ଙ୍କ ଗତକାଲି ପରଲୋକ ହୋଇଯାଇଛି। ସେ ଜଣେ ଶାନ୍ତ, ସରଳ ତଥା ମେଳାପି ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନ କାଳ ଭିତରେ ଦୀର୍ଘ ବର୍ଷ ଧରି ଦଣ୍ଡ କଳାକାର ଭାବରେ ନାଚୁ ଥିଲେ। ସେ ଗତ ଶନିବାର ଦିନ ଅସୁସ୍ଥ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ହୃଦଘାତ୍ ରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରଯାଇଥିବା ବେଳେ ତାଙ୍କ ସୁପୁତ୍ର ନିର୍ମଳା ମେଲି ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେଓଁ ମେଲି, ଗରଗଡ ମେଲି, ସରନ ମେଲି, ଶାନ୍ତନୁ ମେଲି ଓ ପରିବାର ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲାବେଳେ ଗ୍ରାମର ଗାଉନ୍ତିଆ ଏବଂ ଭଦ୍ରବ୍ୟକ୍ତି ସମୂହ ଉପସ୍ଥିତ ଥିଲେf