ନର୍ଲାରେ ପାଳିତ ହେଲା ପଞ୍ଚାୟତିରାଜ ଦିବସ-୨୦୨୫

୬୧ ଉପଭୋକ୍ତାଙ୍କୁ ନୂଆ ରାସନ କାର୍ଡ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରୁ ନୂଆ ବିଜେପି ସରକାରଙ୍କ ପ୍ରଥମ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି। ରାଜ୍ୟର ସମସ୍ତ ବ୍ଲକରେ ଏହି ଦିବସ ପାଳିତ ହୋଇଛି। ଏହି କ୍ରମରେ ନର୍ଲା ବ୍ଲକ ପରିସରରେ ମଧ୍ୟ ପାଳିତ ହୋଇଯାଇଛି ପଞ୍ଚାୟତିରାଜ ଦିବସ-୨୦୨୫। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏଲଇଡି ମାଧ୍ୟମରେ ମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ପିଆରଆଇ ମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତିର ସଦସ୍ୟା ବୃନ୍ଦ, ଏମବିକେ, ସିଆରପି ପ୍ରମୁଖ ଦେଖିଥିଲେ। ନର୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଗତକାଲି ବିଶାଖାପାଟଣା ଏକ ଘରୋଇ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବାରୁ ତାଙ୍କର ଆମର ଆତ୍ମାର ସଦ୍ଗତି ଓ କାଶ୍ମୀର ପେହେଲଗାଁଓ ରେ ଆତଙ୍କବାଦୀ ହମଲାରେ ୨୮ ଜଣ ମୁତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ରଜ୍ୟର ୬ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନୂତନ ରାସନକାର୍ଡ ବାଣ୍ଟିବା ପରେ ନର୍ଲା ମଞ୍ଚରେ ଅତିଥି ବୃନ୍ଦ ନର୍ଲା ଅଞ୍ଚଳର ୬୧ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା। ଏଥିରେ ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀ ଚନ୍ଦନ ସହଯୋଗ କରିଥିଲେ। ନର୍ଲା ବ୍ଲକ ପରିସରରେ ଅନୁଷ୍ଠିତ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ବାଗପୁର ସରପଞ୍ଚ ଗୋପାଳ ହାତୀ, ଗିଗିନା ସରପଞ୍ଚ ସୁଧାମୟୀ କୁମାର, ଭୀମକେଲା ସରପଞ୍ଚ ପ୍ରତିନିଧି ଜୟନ୍ତ ଗଉଡ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ବିଧାୟିକାଙ୍କ ସ୍ଵତନ୍ତ୍ର ପ୍ରତିନିଧି ଗୋବିନ୍ଦ ତାଣ୍ଡି, କୁର୍ମେଲର ପୂର୍ବତନ ସମିତି ସଦସ୍ୟ ତସିଲ ସାହୁ, ଯୁବନେତା ସୁଦର୍ଶନ ଦୋରା, ନର୍ଲା ସେକ୍ସନ ଅଫିସର ଦିଗ ପଧାନ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ନର୍ଲା ବ୍ଲକ ଷ୍ଟାଫ, ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିକଶିତ କାର୍ଯ୍ୟ ପାଇଁ ଉତ୍ତମ ପଞ୍ଚାୟତ ଭାବରେ ରାଜ୍ୟର ୬୧୩ ଗୋଟି ଗ୍ରାମ ପଞ୍ଚାୟତକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରୁଛନ୍ତି ଏଥି ମଧ୍ୟରେ ନର୍ଲା ବ୍ଲକର ରୁପ୍ରା ପଞ୍ଚାୟତ ରହିଥିବାରୁ ଅତିଥି ବୃନ୍ଦ ଶୁଭେଛା ଜଣାଇବା ସହିତ ଏଥିପାଇଁ ଆମେ ଗର୍ବିତ ବୋଲି କହିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.