ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସମାରୋପ ଦିବସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ବ୍ରଜବିହାର ଠାରେ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶା ତରଫରୁ ଆୟୋଜିତ ହୋଇଛି ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା। ଉକ୍ତ କାର୍ଯ୍ୟଶାଳରେ ଭବାନୀପାଟଣା ସଂକୁଳ ସ୍ତରୀୟ ୯ଟି ବିଦ୍ୟାଳୟ ଯଥା ବ୍ରଜବିହାର, ବାଲାଜୀବିହାର, ବୃନ୍ଦାବତୀ ବିହାର କରଲାପଡା, ସେପୁର, ଥୁଆମୂଲ, ବୋରଡ଼ା ବିଶ୍ୱନାଥପୁର ଏବଂ ପଶ୍ଟିକୁଡ଼ିର ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ସଂକୁଳ ସଂଯୋଜକ ତଥା ବ୍ରଜବିହାର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଚାରି ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ଅପ୍ରେଲ ୨୪ ଥିଲା କାର୍ଯ୍ୟଶାଳାର ସମାରୋପ ଦିବସ। କାର୍ଯ୍ୟକ୍ରମ ଆରମ୍ଭରେ ବ୍ରଜଶିଳ୍ପୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତଗାନ ହୋଇଥିଲା ଗୁରୁ ଜୟରାମ ସାହୁ, ରଶ୍ମିତା ପଣ୍ଡା ଏବଂ ଶିବ ପ୍ରଧାନ ଙ୍କ ସହଯୋଗରେ। ମଂଚାସୀନ ଥିଲେ ମୁଖ୍ୟ ବକ୍ତା ଶ୍ରୀ ମନ୍ନମଥ ମିଶ୍ର, ସମ୍ମାନିତ ଅତିଥି ଥିଲେ ସମ୍ଭାଗ ସଂଯୋଜକ ଶ୍ରୀ ସୁକାନ୍ତ କୁମାର ବେହେରା, ସଂକୁଳ ପ୍ରମୁଖ ଶ୍ରୀ ଅଶୋକ କୁମାର ସିଂଏବଂ ସହ ସମ୍ପାଦକ ଶ୍ରୀ ମୃତ୍ୟୁଞ୍ଜୟ ପତି। ବିବରଣୀ ପଠନ କରିଥିଲେ ବ୍ରଜବିହାର ପ୍ରଧାନ ଆଚାର୍ଯ୍ୟ ଏବଂ ଧନ୍ୟବାଦ ଦେଇଥିଲେ ସହ ସମ୍ପାଦକ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ବନଶ୍ରୀ ଦାଶ। ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଭିନ୍ନ ବିଦ୍ୟାଳୟରୁ ଆସିଥବା ପ୍ରଧାନ ଆଚାର୍ଯ୍ୟ ଏବଂ ଗୁରୁଜୀଗୁରୁମା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.