ଓଡିଆ ବାର୍ତ୍ତା/ ବେଗୁନିଆପଡ଼ା: ନାରାୟଣ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚିଙ୍ଗୁଡ଼ିଖୋଲ ହାଇସ୍କୁଲ ଷ୍ଟାଡିୟମ ଠାରେ ଚିଙ୍ଗୁଡ଼ିଖୋଲ ପ୍ରୀମିୟର ଲିଗ୍ ର ୫ ସଂସ୍କରଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଓ ଓଡ଼ିଶାରେ ଜଣେ ଜଣାଶୁଣା କ୍ରିକେଟ ଖେଳାଳି ନାରାୟଣ ଗୌଡ ନିକଟରେ କ୍ରିକେଟ ଖେଳୁଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ତେଣୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜକୁ ୫ ବର୍ଷ ଧରି ଚିଙ୍ଗୁଡ଼ିଖୋଲ ଯୁବକ ମାନଙ୍କ ତରଫରୁ ଚିଙ୍ଗୁଡ଼ିଖୋଲ ପ୍ରୀମିୟର ଲିଗ୍ ର ଆୟୋଜନ କରାଯାଉଅଛି। ଗୁରୁବାର ପ୍ରଥମ ଦିନରେ ଉଦ୍ଘାଟନୀ ମ୍ୟାଚଟି ବଟେଶ୍ୱର ବ୍ଲାଷ୍ଟରକୁ ହରାଇ ଗୋପୀନାଥ ଇଲେଭେନ ଷ୍ଟାର ବିଜୟୀ ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବଟେଶ୍ୱର ବ୍ଲାଷ୍ଟର ନିର୍ଦ୍ଦାରିତ ୮ ଓଭରରେ ୪୭ ରନ କରିଥିଲେ। ଏହାର ଜବାବରେ ଗୋପୀନାଥ ଇଲେଭେନ ଷ୍ଟାର ମାତ୍ର ୭ ଓଭରରେ ୪୮ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଏକତରଫା ଭାବେ ହାତେଇ ନେଇଥିଲେ। ଉଦ୍ଘାଟନୀ ଉତ୍ସବରେ ଚିଙ୍ଗୁଡ଼ିଖୋଲ ଗ୍ରାମର ସରପଞ୍ଚ ପ୍ରତିନିଧି ବସନ୍ତ ମଲ୍ଲିକ, ସମିତିସଭ୍ୟ ଜିତେନ୍ଦ୍ର ଗୌଡ ଓ ଯୁବ ସମାଜସେବୀ ଫକିର ମୋହନ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଆୟୋଜକ ନାରାୟଣ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।