ଶିଶୁ ମନ୍ଦିର ସଇଁତଳାରେ ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ସ୍ଥାନୀୟ ଶିଶୁ ମନ୍ଦିର ସଇଁତଳା ଠାରେ ତୋଷରl ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଗତ ତା: ୨୧/୦୪/୨୫ ରିଖ ସନ୍ଧ୍ୟା ଠାରୁ ଉଦ୍ଦ୍ଘାଟିତ ହୋଇ ତା: ୨୪ /୦୪/୨୦୨୫ ରିଖରେ ଶେଷ ହୋଇଥିଲା। କାର୍ଯ୍ୟଶାଳାର ପ୍ରଥମ ସନ୍ଧ୍ୟାବନ୍ଦନା କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଉପ ସଭପତି ଶ୍ରୀଯୁକ୍ତ ନାରାୟଣ ଜାଲଙ୍କ ସଭାପତିତ୍ବରେ, ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ସଇଁତଳାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୁଣସାଗର ମାଝୀ ଦୀପପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଭୀମସେନ ସ୍ୱାଇଁ ଓ ତୋଷରା ସଙ୍କୁଳ ସଂଯୋଜକ ଶ୍ରୀଯୁକ୍ତ ସୁଶିଲ କୁମାରଦାସ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ସଭାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହେମନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୂତନ ହୋତା ଗୁରୁଜୀ ଓ ଗୀତାଞ୍ଜଳି ପଶାୟତ ଗୁରୁମା ସଂଯୋଜନା ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟଶାଳlରେ ତୋଷରା ସଙ୍କୁଳ ର ୮ ଟି ବିଦ୍ୟାଳୟର ମୋଟ ୧୨୦ ଜଣ ଗୁରୁଜୀ/ ଗୁରୁମା ପ୍ରଶିକ୍ଷାର୍ଥୀ ଭାବରେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସର ବନ୍ଦନା କଲାଂଶରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆଗେଇ ନେଇଥିବା ବେଳେ ,ଉକ୍ତ ଦିବସର ସନ୍ଧ୍ୟା ବନ୍ଦନା କାର୍ଯ୍ୟକ୍ରମକୁ ସଇଁତଳା ଥାନାର sub – inspector ମାନନୀୟା ଗୁଇନ୍ଦି ଏକ୍କା ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଶିକ୍ଷଣର ତୃତୀୟ ଦିବସର ବନ୍ଦନା କାର୍ଯକ୍ରମକୁ ତୋଷରା +୨ କଲେଜର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଦୀନବନ୍ଧୁ ପଣ୍ଡା ଦୀପପ୍ରଜ୍ଵଳନ ପୂର୍ବକ ଶିକ୍ଷାର ମହତ୍ତ୍ଵ ତଥା ଶିକ୍ଷା କ୍ଷେତ୍ରରେ ଗୁରୁଜୀ ଗୁରୁମାଙ୍କ ମୁଖ୍ୟ ଅବଦାନ ବିଷୟରେ ଅବଗତ କରାଇଥିଲେ । ଉକ୍ତ ଦିବସର ସନ୍ଧ୍ୟା ବନ୍ଦନା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ କ୍ଷମାନିଧି ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଭାଗବତ ଗୀତା ର ସାରତତ୍ତ୍ଵ ବିଷୟରେ,ଶିକ୍ଷା ର ବିକାଶ ଓ ସାମାଜକ କଲ୍ୟାଣ ବିଷୟରେ ପ୍ରବଚନ ଦେଇଥିଲେ । ଉକ୍ତ ପ୍ରଶିକ୍ଷଣରେ ପ୍ରଶିକ୍ଷକ ଭାବେ ୮ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶୀଲ କୁମାର ଦାସ,ହେମନ୍ତ ଭୋଇ, ଲୋକନାଥ ସେଠ୍, ପୁରୁଷୋତ୍ତମ ପଣ୍ଡା, ସନ୍ୟାସୀ କତୁଆ, ସୁଧାଂଶୁ ଶେଖର ମିଶ୍ର, କୁମୁଦ ରଞ୍ଜନ ନାୟକ, ଥବିର ମନହୀରା, ପ୍ରମୁଖ ସହଯୋଗ କରି ପ୍ରଶିକ୍ଷଣ ଶିବିରକୁ ସଫଳ ମଣ୍ଡିତ କରିଥିଲେ । ପ୍ରଶିକ୍ଷଣର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଲା ୩୨ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରମୋଦ ଭୋଇ ଦୀପ ପ୍ରଜ୍ବଳନ କରିଥିଲେ । କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମ ସମ୍ଭାଗର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦତ୍ତାନନ୍ଦ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ଗୁରୁଜୀ ଗୁରୁମାଙ୍କୁ ଶିକ୍ଷା ର ବିକାଶ ଦିଗରେ ମହତ୍ତ୍ଵ ପୂର୍ଣ୍ଣ ଉପଦେଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଉପ ସଭାପତି ନାରାୟଣ ଜାଲ, ସମ୍ପାଦକ ଭୀମସେନ ସ୍ୱାଇଁ, ତୋଷରା ସଙ୍କୁଳ ସଂଯୋଜକ ସୁଶିଲ ଦାସ ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ଝସ ଗୁରୁଜୀ, ଗରୁଡ଼, ନୂତନ, ସୁରୁପାଲ, ସାଗର, ବେଣୁ, ପ୍ରଶାନ୍ତ, ରାମ, ପବିତ୍ର, ଗଣେଶ, ତ୍ରିଲୋଚନ, ଛନ୍ଦା, ଯାଦବ, ରାଜକିଶୋର, ଗୀତାଞ୍ଜଳି ଗୁରୁମା, ଟିକେଶ୍ୱରୀ, ଜୟନ୍ତୀ, ପୂର୍ଣ୍ଣିମା, ତିଳୋତ୍ତମା, ମୋନିକା, ବବି, ଅସୀମା, ସସ୍ମିତା, ସୁନୀତା ଗୁରୁମା ତଥା ସେବକ/ସେବିକା, ବାହନ ଚାଳକ ସହଯୋଗ କରିଥିଲେ l ପରିଶେଷରେ ସମ୍ପାଦକ ଭୀମସେନ ସ୍ୱାଇଁ ଧନ୍ୟ ବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.