ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା
ସାମିଲ ହେବେ ସରକାରୀ ଯୋଜନାରେ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟି ଗୁଡା ଗ୍ରାମର ହରି କର ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଖବର ଓଡ଼ିଆବାର୍ତ୍ତାରେ ଶୀର୍ଷକ ‘ହରି ଭରସାରେ ହରି, ନା ଅଛି ଆଧାର ନା ମିଳୁଛି ଆହାର’ ଖବର ପ୍ରକାଶିତ ହୋଇଥିଲା l ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ଦେଖେଇ ଶୁକ୍ରବାର ମୋଟେର ସରପଞ୍ଚ ବାସନ୍ତୀ ନାଏକ ଓ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆଧାର କେନ୍ଦ୍ର କୁ ନେଇ ଆଧାର ବନେଇଥିବା ସୂଚନା ମିଳିଛି l ଆଧାର ହେବା ପରେ ସମସ୍ତ ସରକାରୀ ସୁବିଧା ଯୋଗେଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଛନ୍ତି l ମୋଟେର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସରଞ୍ଜନ ବିଶି ଓ ସରପଞ୍ଚ ବାସନ୍ତୀ ନାଏକ ଙ୍କ ପ୍ରତିନିଧି ମୋହନ ନାଏକ ସ୍ୱତନ୍ତ୍ର ଗାଡିଯୋଗେ ହରିଙ୍କୁ ନେଇ ଆଧାର ବନେଇବା ସହ ନୂତନ ବସ୍ତ୍ର ଓ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି l ଆଧାର ହେବା ପରେ ହରି ଖୁସି ବ୍ୟକ୍ତକରି ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଧୁବାଦ ଜଣେଇଛନ୍ତି l