୮ ରୁ ୧୫ ବର୍ଷ ବାଳକଙ୍କ ପାଇଁ ମେ ୧ ରୁ ହେବ ଫୁଟବଲ୍ କୋଚିଂ ଆରମ୍ଭ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଜ଼ିଲ୍ଲା କ୍ରୀଡ଼ାସଙ୍ଘ ସୁବର୍ଣ୍ଣପୁର ଏବଂ ଫୁଟବଲ ଆସୋସିଏସନ ଓଡିଶା ତରଫରୁ ଆସନ୍ତା ତା ୧ ମଇ ଠାରୁ ତା ୧୫ ଜୁନ ପର୍ଯ୍ୟନ୍ତ ୪୫ ଦିନିଆ ଫୁଟବଲ କୋଚିଂ କ୍ୟlମ୍ପ ସକାଳ ୬ ଟାରୁ ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେବ। ୮ ବର୍ଷରୁ ୧୫ ବର୍ଷର ବାଳକ ମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳିନ ଫୁଟବଲ କୋଚିଂ କେମ୍ପ କରାଯିବ। ଉକ୍ତ କୋଚିଂ କେମ୍ପରେ ଯୋଗଦାନ କରିବା ପାଇଁ ଇଛୁକ ଥିବା କୁନି କୁନି ଫୁଟବଲ ଖେଳାଳୀ ମାନେ ତାଙ୍କର ପୁରା ନାମ, ଜନ୍ମ ତାରିଖ ପ୍ରମାଣ ପତ୍ର, ଆଧାର କାର୍ଡ ଏବଂ ବର୍ତ୍ତମାନ ର ଏକ ପାସ ପୋର୍ଟ ସାଇଜ଼ ର ଫୋଟୋଗ୍ରାଫ ଜ଼ିଲ୍ଲା କ୍ରୀଡ଼ାସଙ୍ଘ ର ଫୁଟବଲ ସମ୍ପାଦକ ଶ୍ରୀ ରାଜୀବ କୁମାର ସାହୁ, କ୍ରୀଡ଼ାସଙ୍ଘର ସାଧାରଣ ସମ୍ପାଦକ ପିୟୁଷ କୁମାର ପଣ୍ଡାଙ୍କୁ ମଇ ୨୯ ତାରିଖ ରିଖ ସୁଦ୍ଧା ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ୩୦ ତାରିଖ ରେ ଜ଼ିଲ୍ଲା କ୍ରୀଡ଼ାସଂଘ ତରଫରୁ ସମସ୍ତ ଆବେଦନକୁ ଯାଞ୍ଚ କରାଯାଇ ୩୦ ଜଣଙ୍କର ଏକ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଯେଉଁମାନେ କି ମଇ ୧ ତାରିଖ ଠାରୁ ହେବାକୁ ଥିବା ଫୁଟବଲ କୋଚିଂ କେମ୍ପ ରେ ଅଂଶଗ୍ରହଣ କରିପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.