ସ୍ମାର୍ଟ ପାର୍କରେ ନିଶୁଳ୍କ ଯୋଗ ପ୍ରଶିକ୍ଷଣ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ଦିବ୍ୟ ଉର୍ଜା ଯୋଗ ସମିତି ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ସୋନପୁର ସ୍ମାର୍ଟ ପାର୍କରେ ଏକ ନିଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ବଲାଙ୍ଗିର ପତଞ୍ଜଳି ଭାରତ ସ୍ଵାଭିମାନ ପ୍ରଭାରୀ ରଘୁନାଥ ଷଡଙ୍ଗୀ ଯୋଗ ପ୍ରଶିକ୍ଷଣ ପ୍ରଦାନ୍ କରିଥିବା ବେଳେ ସୋନପୁର ଦିବ୍ୟ ଊର୍ଜା ଯୋଗ ସମିତି ଯୋଗ ଗୁରୁ ମନୋଜ୍ ପଣ୍ଡା ସହଯୋଗ କରିଥିଲେ। ରେଣୁକା ଏକ୍ସରେ ଓ ଶୋଭା କେୟାର ହସ୍ପିଟାଲ ସୋନପୁର ପକ୍ଷରୁ ଓଜନ ମାପ, ସୁଗର ,ବ୍ଲଡ ପ୍ରେସର୍ ଓ ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଥିଲା। ଏହି ଯୋଗ ଶିବିରରେ ଶତାଧିକ ଯୋଗ ସାଧକ ଯୋଗ ଦେଇଥିଲେ। ପ୍ରତି ଦିନ ଯୋଗର ଅଭ୍ୟାସ ୧ ଘଣ୍ଟା କରିବା ପାଇଁ ଯୋଗାଚାର୍ଯ୍ୟ ରଘୁନାଥ ଷଡଙ୍ଗୀ ଶିବିରାର୍ଥି ଙ୍କୁ ପରାମର୍ଶ କରିଥିଲେ। ଦିବ୍ୟ ଉର୍ଜା ଯୋଗ ସମିତିର ସଭାପତି ଗୋପାଳ ନେଗି, ସଂପାଦକ ଶ୍ରୀବନ୍ତ ମିଶ୍ର, ସୁବାସ ଚରଣ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା ଓ ଅନ୍ୟାନ୍ୟ ଯୋଗ ସାଧକ ଉପସ୍ଥିତ ଥିଲେ। ଦିବ୍ୟ ଊର୍ଜା ସଂଗଠନ ପ୍ରଶାସନ ସହିତ ଜଡ଼ିତ ରହି ତ୍ରିରଙ୍ଗା, ଯୋଗ , ସ୍ଵଚ୍ଛତା, ପରିବେଶ ସୁରକ୍ଷା, ଜଳ ଦାନ, ରକ୍ତ ଦାନ, ସଡକ ସୁରକ୍ଷା, କ୍ରୀଡ଼ା, ସ୍ଵାସ୍ଥ୍ୟ ସଚେତନତା ଠୁଁ ଆରମ୍ଭ କରି ଆଗାମୀ ଦିନରେ ଆହୁରି ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଯୋଜକ ମନୋରଞ୍ଜନ ତ୍ରିପାଠୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.