ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତିକ ଶ୍ରମ ଦିବସ : ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ୫୨ ଜଣ କର୍ମଚାରୀ ହେଲେ ସମ୍ମାନିତ

ପ୍ରତି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଅଧିକାର ଓ ସାମଗ୍ରିକ ବିକାଶ ସମ୍ବନ୍ଧରେ ଜାଗ୍ରତ ରହିବା ଉଚିତ, କହିଲେ ଅତିଥି

ଓଡିଆ ବାର୍ତ୍ତା/ ବାଲେଶ୍ବର କୃଷ୍ଣ କୁମାର ମହାନ୍ତି): “ସମ୍ମାନର ସହିତ କାମ କରନ୍ତୁ, ଗର୍ବର ସହିତ ବଞ୍ଚନ୍ତୁ” ମୁଖ୍ଯ ପ୍ରସଙ୍ଗକୁ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଫେକଲ୍ଟି ଅଫ ବିଜନେସ ଷ୍ଟଡିଜ ଓ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସଭାପତିତ୍ବ କରି, ସମସ୍ତ କର୍ମୀ ତଥା ଶ୍ରମିକଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ଅଧିକାରକୁ ସୁରକ୍ଷିତ କରିବା ଉଦ୍ଦେଶ୍ଯରେ ଏହି ଦିନଟିକୁ ଉତ୍ସର୍ଗ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ

ଶ୍ରମିକମାନଙ୍କ ପରିଶ୍ରମ ଯୋଗୁଁ ଆମ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହଜରେ ଉପଲବ୍ଧ ହୋଇପାରୁଛି ତଥା ଆମ ସମସ୍ତଙ୍କୁ ପ୍ରତି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଅଧିକାର ଓ ସାମଗ୍ରିକ ବିକାଶ ସମ୍ବନ୍ଧରେ ଜାଗ୍ରତ ରହିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମୁଖ୍ଯବକ୍ତା ଭାବେ ବାଲେଶ୍ଵର ଜିଲ୍ଲାର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବାଶିଷ ଜେନା ଯୋଗଦେଇ ଶ୍ରମ ବିଭାଗର କର୍ତ୍ତବ୍ଯ, କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ନିୟମ ଓ ଶ୍ରମିକଙ୍କ ପାଇଁ ମିଳୁଥିବା ସରକାରୀ ସୁବିଧା ବିଷୟରେ ଅଲୋକପାତ କରିଥିଲେ। ସେ ନାବାଳକ ଶ୍ରମ ବିରୋଧୀ ଆଇନ, ମିନିମମ୍ ୱେଜ ଆଇନ ଓ ଶ୍ରମ ଅଧିକାର ନିମିତ୍ତ ନିୟମାବଳୀ ବିଷୟରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ମୂଳସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିଭିନ୍ନ ଆଇନ ବ୍ୟବସ୍ଥା ବିଷୟରେ ସୂଚୀତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ, ବିଶ୍ୱବିଦ୍ୟାଳୟର ମୂଳସ୍ତରରେ କାର୍ଯ୍ୟରତ ୫୨ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସଂସ୍ଥାପନ ଅବଦାନ ଓ ଦୃଢ଼ ସମର୍ପଣକୁ ପ୍ରଶଂସା କରି ସମସ୍ତଙ୍କ ପକ୍ଷରୁ କୃତଜ୍ଞତା ଓ ଧନ୍ଯବାଦ ଅର୍ପଣ କରାଯାଇଥିଲା।

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅନୁପସ୍ଥିତିରେ, ନିଜର ମୂଲ୍ୟବାନ ବାର୍ତ୍ତା ମାଧ୍ୟମରେ “କାମକୁ କେବଳ ଜୀବିକାର ଉପାୟ ଭାବେ ନୁହେଁ, କର୍ତ୍ତବ୍ୟ ଓ ଗର୍ବର ଅନୁଭୂତି ସହିତ କରାଯିବା କାମ ମାନବ ଜୀବନର ଅନ୍ତର୍ନିହିତ ମୂଲ୍ୟ” ବୋଲି କହିଥିଲେ। ବାଣିଜ୍ଯ ବିଭାଗର ସଂଯୋଜକ ଡ଼କ୍ଟର ଆର୍ତ୍ତ ବନ୍ଧୁ ଜେନା ,ଶ୍ରମ ଦିବସ ପାଳନର ବିଶେଷତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ଶ୍ରମ ଦିବସର ସ୍ବାତନ୍ତ୍ର୍ଯ, “ସମ୍ମାନର ସହିତ କାମ କରନ୍ତୁ, ଗର୍ବର ସହିତ ବଞ୍ଚନ୍ତୁ” ବିଷୟରେ ବିଜନେସ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ପଦ୍ମଲିତା ରାଉତରାୟ ଅବଗତ କରାଇଥିଲେ।କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ ପ୍ରଫେସର ଲକ୍ଷ୍ମୀ ପ୍ରିୟା ପରିଡା ସଂଚାଳନା କରିଥିଲେ ଓ ଆସିଷ୍ଟାଣ୍ଟ ପ୍ରଫେସର ଦେବଦତ୍ତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.