ସରକାର ଓ ପ୍ରଶାସନର ଦୂରଦୃଷ୍ଟିର ଅଭାବ, ପତ୍ରାପଡା ଗାଁ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ

ଲାଞ୍ଜିଗଡ଼,୬/୮ : ସରକାର ଓ ପ୍ରଶାସନର ଦୁରଦୃଷ୍ଟିର ଅଭାବ ଓ ଚରମ ଉଦାସୀନତା ଯୋଗୁଁ ହଜାରେରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗାଁ ଆଜି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ମୁଖ୍ୟ ରାସ୍ତାକୁ ମାତ୍ର ଦେଢ଼ କିଲୋମିଟର ଦୂରତା ହୋଇଥିଲେହେଁ କାଦୁଅମୟ ଏହି ରାସ୍ତା ଦେଇ ଯାତାୟତ କରିବାକୁ ସ୍ଥାନୀୟ ଲୋକେ ବିପଦ ମଣୁଛନ୍ତି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନର ଦ୍ଵାରସ୍ତ ହୋଇଥିଲେ ହେ ସେମାନଙ୍କ ଦୁଃଖ ବୁଝିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ। ଏହି ପରି ଦୁର୍ଦଶାମୟ ପରିସ୍ଥିତିରେ କାଳ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମ ପଞ୍ଚାୟତ ପତ୍ରାପଡ଼ା ବାସିନ୍ଦା।

ଗାଁରେ ପ୍ରାୟ ହଜାରେ ଜନସାଧାରଣ ଥିବା ବେଳେ ସେମାନେ ବିଭିନ୍ନ କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟ ବିଶ୍ୱନାଥପୁର ତଥା ଲାଞ୍ଜିଗଡ଼କୁ ଯା’ ଆସ କରନ୍ତି। ସେହିପରି ଶତାଧିକ ସ୍କୁଲ ଓ କଲେଜ ପଡୁଆ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି। ରୋଗୀ ଓ ବୃଦ୍ଧବୃଦ୍ଧାମାନେ ଏହି ରାସ୍ତାରେ ଯିବା ଆସିବା ଏକ ପ୍ରକାର ମୁସ୍କିଲ ହୋଇ ଯାଇଥିବା ବେଳେ କୌଣସି ଯାନବାହାନ ଏପରିକି ଗାଁକୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିବାରେ ବି ସମସ୍ୟା ଦେଖାଦେଇଛି। ଏଥର ବର୍ଷାରେ ବିଶ୍ୱନାଥପୁର-ଲାଞ୍ଜିଗଡ଼ ପିଡବ୍ଲୁ ରାସ୍ତାରୁ ପତ୍ରାପଡ଼ା ଗାଁକୁ ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଏନେଇ ବିଡ଼ିଓ ମୁନିଦ୍ର ହୋନ୍ନାଙ୍ଗାଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ତେବେ ବିଡ଼ିଓ ଶ୍ରୀ ହୋନ୍ନାଙ୍ଗା ରାସ୍ତା କଣ ଏବେ ଖରାପ ହେଲା, ବର୍ଷା ଆରମ୍ଭ ପୂର୍ବରୁ ଅଭିଯୋଗ କରିବାରଥିଲା ବୋଲି ନିଜ ଉପରୁ ଦାଇତ୍ୱ ଖସାଇ ଦେଇ ଛନ୍ତି। ବିଡ଼ିଓ ମନ୍ତବ୍ୟକୁ ନେଇ ଗାଁ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାସ୍ତା ଯୋଗାଯୋଗ ଭଳି ଏକ ସଂବେଦନଶୀଳ ପ୍ରସଙ୍ଗରେ ବ୍ଲକ ପ୍ରସଶନ ତତ୍ପରତା ପ୍ରକାଶ କରିବା ସହିତ ଜରୁରିକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି କରିବାକୁ ସେମାନେ ଦାବି ଜଣାଇଛନ୍ତି।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.