ସୌମ୍ୟାଶ୍ରୀଙ୍କ ଏକଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ବାଲେଶ୍ଵର ବିଜୁ ଜନତା ଦଳର ନେତୃବୃନ୍ଦ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚାହୁଁ ଚାହୁଁ ବିତିଗଲା ଦଶଦିନ, ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ନିଜ ଜୀବନକୁ ଝାସ ଦେଇଥିବା ବାଲେଶ୍ଵର ମାଟିର ସୁନାଝିଅ ସୌମ୍ୟାଶ୍ରୀଙ୍କ ଗୁରୁବାର ଦିନ ଥିଲା ଏକାଦଶାହ। ଏହି ଅବସରରେ ତାଙ୍କ ଭୋଗରାଇ ସ୍ଥିତ ବାସଭବନରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ଶତାଧିକ ନେତା ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବସ୍ତାର ବିଧାୟିକା ସୁବାସିନୀ ଜେନା, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ, ବାଲେଶ୍ଵର – ଭଦ୍ରକ କୋଅପରେଟିଭ ବ୍ୟାଙ୍କ ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର, ବାଲେଶ୍ଵର ଅର୍ବାନ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ଜିଲ୍ଲାପରିଷଦ ସଭ୍ୟା ଦମୟନ୍ତୀ ସାହୁ, କବିତା ପାଣି, ବରିଷ୍ଠ ବିଜେଡ଼ି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ଅନିଲ ମହାନ୍ତି, ଲକ୍ଷ୍ମୀଧର ଦାସ, ପ୍ରଦୀପ ବିଶ୍ଵାଳ, ଅଜୟ ସାମଲ, ନିଶିକାନ୍ତ ସାହୁ , ଭାଗବତ ସାହୁ, ଶୁଭେନ୍ଦୁ ଜେନା, ଯୁବଛାତ୍ର ବିଜେଡ଼ି ନେତା ଶୁଭେନ୍ଦୁ ମଙ୍ଗରାଜ, ତାପସ ପରିଡ଼ା, ତାପସ ପାଣିଗ୍ରାହୀ, ସିମନ ଦାସ ମହାପାତ୍ର, ହେମନ୍ତ ମହାନ୍ତି, ଅସିତ ଦାସ, ମୃତ୍ୟୁଞ୍ଜୟ ବେହେରା, ମହିଳା ବିଜେଡ଼ି ନେତ୍ରୀ ବିଦ୍ୟାସ୍ମିତା ମହାଳିକ, ବିନ୍ଦୁବାଳା ନନ୍ଦୀ, ରଞ୍ଜିତା ମହାପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ସରପଞ୍ଚ, ସମିତି ସଭ୍ୟସଭ୍ୟା ଏବଂ ପୌରାଞ୍ଚଳର କାଉନସିଲର ମାନଙ୍କ ସମେତ ଜିଲ୍ଲା ବିଜେଡ଼ିର ବହୁ ଆଗଧାଡିର ବରିଷ୍ଠ , ମହିଳା ଓ ଯୁବ ଛାତ୍ର ନେତୃବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.