ଭୁତ ସରସିଙ୍ଗିରେ ପ୍ରଧାନମନ୍ତ୍ରୀଙ୍କ ୧୨୭ତମ ମନକି ବାତ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 127 ତମ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ବିଧାନ ସଭାନିର୍ବାଚନ ସ୍ତରୀୟ ରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ,ଜିଲ୍ଲା ସଭାପତି ବୀଜୟ କୁମାର ସ୍ୱାଇଁ ଓ କୋଦଳା ଏନଏସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ ଏମପି ନମିନି ଯଂଜ୍ଞ ନାରାୟଣ ଦାଶ ଙ୍କ ସହିତ ସ୍ଥାନୀୟ ସରପଞ୍ଚ ମନୋଜ ଦାଶ, ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ଙ୍କ ସହ ବହୁ ନେତା, କର୍ମୀ, ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ନେତା, କର୍ମୀ, ଦଳୀୟ ନେତ୍ରୀ, କର୍ମୀ ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ଥିଲେ | ପ୍ରଧାନମନ୍ତ୍ରୀ ଙ୍କ127 ତମ ଅଧ୍ୟାୟ ମନକି ବାତ କାର୍ଯ୍ୟକ୍ରମ ରେ ଓଡିଶା ଉପରେ ଫୋକସ କରି ଥିଲେଏହା ଗଞ୍ଜାମ ଜିଲ୍ଲା ପାଈଁ ଏହା ଗର୍ବ ଓ ଗୌରବ ମୟ ଥିଲା | ଏହା ଜିଲ୍ଲା ରେ କେବଳ କବିସୂର୍ଯ୍ୟ ନିର୍ବଚନ ମଣ୍ଡଳ ସ୍ତରୀୟ ଭୁତସରସିଙ୍ଗି ଠାରେ ସିଧା ପ୍ରସାରଣ ହୋଇଥିଲା | ଲୋକଙ୍କର ଯେପରି ଆର୍ଥିକ ସ୍ଥିତି ବଦଳିବ ତାଉପରେ ଫୋକସ କରିଛନ୍ତି ନରେନ୍ଦ୍ର ମୋଦୀ, ଯେଉଁଥିରେ କି କୋରାପୁଟ ର କଫି ଯାହାକି ସାରା ଭାରତ ଓ ଭାରତ ବାହାରେ ତାହାର ଚାହିଦା ବଢିବସମସ୍ତେ ତାହାକୁ ବ୍ୟବହାର କରିବେ ଏବଂ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଯେପରି ହୋଇ ପାରିବା ସହିତ ଦେଶରେ ଓଡିଶା ଏକ ନଂ ହୋଇ ପାରିବ, ଓଡ଼ିଶାର ଲୋକମାନଙ୍କ ରୋଜଗାର ଆଗକୁ ବଢ଼ି ପାରିବ ତାଉପରେ ଏହି ମନକି ବାତ କାର୍ଯ୍ୟକ୍ରମ ରେ କହିଥିଲେ | ଏହା ସହ ଯେଉଁ ବ୍ୟକ୍ତିଙ୍କ ପାଖରେ ପ୍ରତିଭା ଅଛି ସେଯେଉଁଠି କିମ୍ବା ଜଙ୍ଗଲ ରେ ରହିଥିଲେ ମଧ୍ୟ ତାର ମହତ୍ୱ ସୁଦୂର ପ୍ରସାରି ଯେପରି ହୋଇ ପାରିବ ଏବଂ ସେମାନଙ୍କ ପ୍ରତିଭା ର ବିକଶିତ ହୋଇ ପାରିବ ତାଉପରେ କହିଥିଲେ |ମନକି ବାତ କାର୍ଯ୍ୟକ୍ରମ ରେ ଯେଉଁ ମାନେ ଆଗକୁ ବଢ଼ି ପାରୁନାହାନ୍ତି ସେମାନଙ୍କୁ କିପରି ଆଗକୁ ନେଇପାରିବା ସହିତ ସେମାନଙ୍କ ପାଖରେ ଯେଉଁ ଗୁଣ ଥାଉନା କାହିଁକି ତାହାକୁ ଆଗକୁ ନେବା ପାଈଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସହଯୋଗ ଓ ସାହାଯ୍ୟ କାମନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ 800 ରୁ ଊର୍ଧ୍ଵ ମହିଳା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ଭୁତସରସିଙ୍ଗି ସରପଞ୍ଚ ମନୋଜ ନାୟକ ସଂଯୋଜନା କରିଥିଲେ | ଏହାଉପରେ ଅନୁରୂପ ମତ ଦେଇଥିଲେ ଜିଲ୍ଲା ସଭାପତି କୋଦଳା ଏନଏସି ଅଧକ୍ଷ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.