ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ତ୍ରି ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର କଳାହାଣ୍ଡି ଜିଲ୍ଲାର ବୋର୍ଡା ସ୍ଥିତ ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲେଶ୍ୱର ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଭବାନିପାଟଣା ର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଯୁବ ରେଡକ୍ରସ୍ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ ଶିବିରର ଉଦ୍ଦେଶ୍ୟ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ସଞ୍ଜୀବ କୁମାର ସଗରିଆ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଶି ମଞ୍ଚ ସଂଯୋଜନା ଓ ଦମୟନ୍ତୀ, ଜ୍ୟୋତିକା, ରୋଜାଳି, ସୁହାନୀ, ଶିବାନି ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଶିବିରରେ ଭବାନୀପାଟଣା ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିରର ତୃତୀୟ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି। ଶିବିରରର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ରୀମାନେ ସହଯୋଗ କରିଥିଲେ।





