ଲାଞ୍ଜିଗଡ଼ ପୂଝାରୀ ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ପୂଝାରୀ ସଂଘ ପକ୍ଷରୁ ରବିବାର ବନ୍ଧପାରୀ ଭୈରବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ଜମ୍ବେଶ୍ୱର ପୂଝାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ପଞ୍ଚାୟତର କୋଣ ଅନୁକୋଣରୁ ଶତାଧିକ ବୈଦ୍ୟ, ପୂଝାରୀ, ଓ ବାଉକ ଯୋଗଦେଇଥିଲେ। ସର୍ବ ପ୍ରଥମେ ସଂଘ ପକ୍ଷରୁ କଳାହାଣ୍ଡି ଇଷ୍ଟ ଦେବି ମାଁ ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ପୂଜାର୍ଚନା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ସଂଘ ଗଠନ କେମିତି ଆଗକୁ ଯିବ ସେନେଇ ଆଲୋଚନା କରାଯାଇଥିଲା। ସଂଘର ଅସ୍ଥାୟୀ ସଭାପତି ଭାବେ ଜମ୍ବେଶ୍ୱର ପୂଝାରୀ ଓ ସମ୍ପାଦକ ଭାବେ ସରୋଜ ମାଝୀଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ହେଲେ ଅନେକ ବୈଦ୍ୟ ଓ ପୂଝାରୀଙ୍କ ଅନୁପସ୍ଥିତି ଯୋଗୁଁ ଅନେକ ପଦପଦବୀ ନ ବାଛି ପରବର୍ତ୍ତୀ ବୈଠକରେ ପଦପଦବୀ ବଛା ଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବୈଠକକୁ ଦନାର୍ଦ୍ଧନ ଦଳପତି ପରିଚାଳନା କରିଥିବା ବେଳେ ନିମାଇଁ ଚରଣ ବିଶି, ତ୍ରିନାଥ ବନ୍ଦପାରିଆ, ଚନ୍ଦ୍ର ଦଳପତି, ମାନସ ରଞ୍ଜନ ମାଝୀ, ସନାତନ ଦଣ୍ଡସେନା, ପିତାମ୍ବର ଦଳେଇ, ମୁରଲୀ ଚଣ୍ଡୀ, ରାମଚନ୍ଦ୍ର ପ୍ରଧାନୀ, ତରୁଣ ଦଳପତି, ଯଶୋବନ୍ତ ଦଣ୍ଡସେନା, ତରୁଣୀ ଦଣ୍ଡସେନା, ଯୁଜେଷ୍ଟି ପ୍ରଧାନୀ, ସୁନୀଲ ପ୍ରଧାନୀ, କୃପା ନାୟକ, ସମେତ ସଂଘର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.