ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟା ଡିଗ୍ରୀ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ଶୀର୍ଷକ ଆମ ସାମୁହିକ ଦାୟୀତ୍ୱ ପାଳିତ ହୋଇଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନର ଆଭିମୁଖ୍ୟ, ଉଦ୍ଦେଶ୍ୟ ସହ ଏହି ବର୍ଷର ଶୀର୍ଷକ ଉପରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ଶପଥ ପାଠ ସହ ଏକ ବିଶାଳ ରାଲି ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ସମୁଦାୟ ୧୮୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏନ୍ସିସି ଅଫିସର ଶୁଶାନ୍ତ କୁମାର ଦାଶ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଫାଲଗୁନୀ ପ୍ରାଧାନୀ, ମୀନକେତନ ସାହୁ, ପୁରୀତ ରଣା, ମିକୁମିକ୍ସ ନିଆଲ, ମନ୍ଦାକିିନି, ନାଜନୀନ ସୁଲତାନା, ଦୀନବନ୍ଧୁ ନାଗ ଓ ସୁନୀଲ ଗହୀର ସହଯୋଗ କରିଥିଲେ।





