ନର୍ଲା ବ୍ଲକରେ ସମନ୍ୱୟ ଓ ଯୋଜନା ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାଶକ୍ତି ଫାଉଣ୍ଡେସନର ଆନୁକୂଲ୍ୟରେ ଆଜି ନର୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ସମନ୍ୱୟ ଓ ଯୋଜନା ସଂଗ୍ରହିକରଣ” ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଉଦ୍ଦେଶ୍ୟ ଥିଲା ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତ ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଯୋଜନା ଗୁଡିକର ସୁଫଳ ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶିଶିର କୁମାର ବିଶୋଇ ଦୀପ ପ୍ରଜ୍ଜଳନ ପୂର୍ବକ ବୈଠକର ଶୁଭ ଉଦଘାଟନ କରିଥିଲେ। ଶ୍ରୀ ବିଶୋଇ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କଲେ ହିଁ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏସ.ବି.ଆଇ ଫାଉଣ୍ଡେସନର ସହାୟତା ରେ ନର୍ଲା ବ୍ଲକ ରେ ଚାଲିଥିବା ଜଳବାୟୁ ସହଣୀ ପ୍ରାକୃତିକ କୃଷି ସମ୍ପର୍କୀୟ କାର୍ଯ୍ୟକ୍ରମ ବିଷୟରେ ମହାଶକ୍ତି ଫାଉଣ୍ଡେସନ୍ ର ପକଳ୍ପ ସଂଯୋଜକ ଶ୍ରୀ ସୀମାଞ୍ଚଳ ପଟ୍ଟନାୟକ ଉପସ୍ଥାପନା କରିଥିଲେ। ବୈଠକରେ ସହକାରୀ କୃଷି ଅଧିକାରୀ, ନର୍ଲା ଶ୍ରୀ ପ୍ରବୀଣ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ(ଓଏଲଏମ)ର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ସନତ କୁମାର ସାହୁ ତଥା ମୃତ୍ତିକା ସଂରକ୍ଷଣ ବିଭାଗ, ଜଙ୍ଗଲ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ, କୃଷି ବିଭାଗ ର ପ୍ରତିନିଧି ତଥା ବାଲିସିଙ୍ଗା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପୂଜା ସାରିନୋଭା ସ୍ୱାଇଁ ଏବଂ ପ୍ରଗତି ଚାଷୀ କୃଷକ ଉତ୍ପାଦକ କମ୍ପାନୀ ର ପ୍ରତିନିଧି ମାନେ ଏହି ବୈଠକ ରେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ସୁଶାନ୍ତ କୁମାର ସାହୁ ବୈଠକ ପରିଚାଳନା କରିଥିବା ବେଳେ ହିମାଂଶୁ ଶେଖର ବେହେରା, ଶ୍ୱେତା ଷଡ଼ଙ୍ଗୀ, ମନୋଜ କୁମାର ରଣା ଏବଂ ହିମାଚଳ ନାଗ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.