ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ‘ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ’ ତରଫରୁ ୮୦ତମ ସ୍ବାଧୀନତା ଦିବସ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀର ସଭାନେତ୍ରୀ ସୁଚିତ୍ରା ଗୋପାଳ ଓ ସହ-ସଂପାଦିକା ଦୁଲ୍ଲଭି ହଂସ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପୂର୍ବରୁ ଦେଶର ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯାଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ସମସ୍ତ ସଦସ୍ୟା ସମ୍ମିଳିତ ଭାବେ ଜାତୀୟ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରଞ୍ଜିତା ରାଉତ, ଧରିତ୍ରୀ ପଟେଲ, ରୀନା ପଟେଲ, ଲଲିତା ପଟେଲ, ଅଙ୍ଗୁରି ପଟେଲ, ହେମସୂତା ରାଉତ, ହାରାମଣୀ ନାଏକ, ରେବତୀ ନାଏକ ଓ ଦକ୍ଷୀଣା ନାଏକ ପ୍ରମୁଖ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.