ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀ ରେ କରାଯାଇଥିବା ଶ୍ରୀ ଗଣେଷ ପୂଜା ରେ ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ,ଲଡ଼ୁ ନୀଳାମ ଓ ସନ୍ଧ୍ୟା ରେ ବିସର୍ଜନ କରାଯିବ ବୋଲି କମିଟିପକ୍ଷରୁ ସୂଚନା ମିଳିଛି । ଜଗନ୍ନାଥ କଲୋନୀ ବାସିନ୍ଦା ୧୪ତାରିଖରୁ ଶ୍ରୀ ଗଣେଷ ପୂଜା ମହା ଆଡମ୍ବରରେ ପାଳନ କରାଯାଇଛି । ପୂଜାର ୭ଦିନରେ ପୂଜା କମିଟି ତରଫରୁ ପ୍ରାୟ ୧୫ସହ ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିବା ବେଳେ ଅପରାହ୍ନ ୪ଟାରେ ଲଡ଼ୁ ନିଲାମ କରାଯାଇଥିଲା । ଉକ୍ତ ଲଡୁକୁ ୬୫୦୧ ଟଙ୍କାରେ ଲଗାତାର ତିନିବର୍ଷ ଧରି ଚଳିତ ବର୍ଷ ଶ୍ରୀ ଘାସିରାମ ବେନିଆ ନୀଳାମରେ ପ୍ରାପ୍ୟ ହୋଇଥିଲେ । ଉକ୍ତ ଲଡୁକୁ କମିଟି ତରଫରୁ ବାଜା ବଜାଇ ସସମ୍ମାନେ ଘାସିରାମ ଙ୍କ ଘରେ ପହଞ୍ଚାଇ ଥିଲେ । ଏହାପରେ ସନ୍ଧ୍ୟାରେ ଶ୍ରୀ ଗଣେଷ ଙ୍କ ଭୋସାଣି ପାଇଁ କଳାହାଣ୍ଡି ଜୁନାଗଡ଼ ର ବାଜା ବଜାଇ ଲମ୍ବା ପଟୁଆରରେ ବାହାରି ନାଚି ନାଚି ଗ୍ରାମ ପରିକ୍ରମା କରି ଶେଷରେ ନାଗାବଳି ନଦୀରେ ବସର୍ଜନ କରିଥିଲେ ।





