ରେଖପୁର ଗୌନ୍ତିଆ ଟଙ୍କଧର ଭୋଇଙ୍କ ଏକଦଶାହ ଦିବସରେ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ ଯାଦବ ନେତା ତଥା ରେଖପୁର ଗୌନ୍ତିଆ ଟଙ୍କଧର ଭୋଇଙ୍କ ଏକଦଶାହ ଦିବସ ମଙ୍ଗଳବାର ଦିନ ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ନର୍ଲା ବ୍ଳକ୍ ଅନ୍ତର୍ଗତ ରେଖପୁର ଗ୍ରାମରେ ଏନେଇ ଆୟୋଜିତ ଶୋକସଭାର ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ। ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଜିଲ୍ଲା ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭାର ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, ଉତ୍କଳ ଯାଦବ ମହାସଭା ସମ୍ପାଦକ ଗୋବିନ୍ଦ ବନଛୋର, ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାଏକ, ଉତ୍କଳ ଯାଦବ ମହାସଭାର ପୂର୍ବତନ ସମ୍ପାଦକ କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ପିତବାସ ବେହେରା, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ବରିଷ୍ଠ ଯାଦବ ନେତା ଚୁଡ଼ାମଣି ନାଏକ, ଶେଷଦେବ ପୋଢ, ଅଙ୍କୁର ଯାଦବ, ହୃଷିକେଶ ଭୋଇ, ଡାକେ ଲହଜଲ, ସିଦ୍ଧେଶ୍ୱର ଗହୀର, ଜ୍ୟୋତ୍ସ୍ନାମୟୀ ବଗର୍ତ୍ତି, ପଙ୍କଜ ବଗର୍ତ୍ତି, ପ୍ରଦୀପ ଧଙ୍ଗଡାମାଝୀ, ପ୍ରଫୁଲ୍ଲ ନାଏକ, ପ୍ରକାଶ ଚନ୍ଦ୍ର ଭୋଇ ପ୍ରମୁଖଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଭୋଇ ଦୀର୍ଘ ୪୪ ବର୍ଷଧରି ଯାଦବ ସମାଜର ଭବାନୀପାଟଣା ଉପଖଣ୍ଡ ସଭାପତି ଏବଂ ନର୍ଲା ବ୍ଳକ୍ ସଭାପତି ଭାବେ କାର୍ଯ୍ୟ କରିଥିଲେ। ରେଖପୁରରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ, ବିଦ୍ୟାଳୟ ପ୍ରତିଷ୍ଠା ଆଦିରେ ତାଙ୍କର ବିଶେଷ ଅବଦାନ ଥିଲା। କଳା ସଂସ୍କୃତିର ବିକାଶ ଦିଗରେ ମଧ୍ୟ ସେ ବିଶେଷ ଭାବେ କାର୍ଯ୍ୟକରି ଆସୁଥିଲେ। ତେବେ ଆଜିର ସ୍ମୃତିଚାରଣ ସଭାର ସଂଯୋଜନା ସୁଧୀର ଧଙ୍ଗଡାମାଝୀ କରିଥିବାବେଳେ ପୁଅ ଟର୍ଜିନ ଭୋଇ, ଷଢାନନ ଭୋଇ, ନାତି ଲୋହିତ ପ୍ରସାଦ ଭୋଇ, ଡିଙ୍ଗର ଭୋଇ, ଜ୍ଞାତି କୁଟୁମ୍ବ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.