ପେଟ୍ରୋଲିଂ ବେଳେ ମାଡି ବସିଲା ନର୍ଲା ପୋଲିସ: ଡକାୟତି ଉଦ୍ୟମ ପଣ୍ଡ; ୪ ଡକାୟତ କୋର୍ଟ ଚାଲାଣ, ୨ ଫେରାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସ ସୋମବାର ପେଟ୍ରୋଲିଂ ସମୟରେ ରାତି ପ୍ରାୟ ୨ ରୁ ୨.୩୦ ବେଳେ ବାଲସିଙ୍ଗା ଓ କନକପୁର ରାସ୍ତା ମଝିରେ ୬ ଜଣ ଯୁବକଙ୍କ ସନ୍ଦିଗ୍ଧ ଗତିବିଧିକୁ ଦେଖି ମାଡି ବସି ୪ ଜଣଙ୍କୁ କାବୁ କରିଥିଲେ। ଏହାପରେ ସେମାନଙ୍କୁ ନର୍ଲା ଥାନାକୁ ଆଣି ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ଫେରାଧ ମାରିଥିବା ଜଣାପଡିଛି। ସେହି ୪ ଜଣ ଡକାୟତ ଭାନପୁରର ଚନ୍ଦନ ମାଝୀ(୨୬), ଲାଞ୍ଜିଗଡ ବ୍ଲକ ଭାଲୁଚଞ୍ଚରା ଗ୍ରାମର କ୍ଷୀରସିନ୍ଧୁ ମାଝୀ(୧୯), ଟାଗର ମାଝୀ(୨୫) ଓ ବବଲୁ ମାଝୀ(୨୩)ଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନର୍ଲା ପୋଲିସ କୋର୍ଟ ଚାଲାଣ କରିଛି। ତେବେ ୬ ଜଣ ଡକାୟତଙ୍କ ମଧ୍ୟରୁ ଦୁଇ ଜଣ ଫେରାର ରହିଥିବା ଯୁବକଙ୍କ ନାମ, ଠିକଣା ଜଣାପଡିନାହିଁ। ଗିରଫ ହୋଇଥିବା ଡକାୟତମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ତିନିଗୋଟି ବାଇକ, ଗୋଟିଏ ଖେଲଣା ପିସ୍ତଲ ଜବତ ହୋଇଥିବା ଆଇଆଇସି କୈବଲ୍ୟ ସେଠ ସୂଚନା ଦେଇଛନ୍ତି। ‘ତଦନ୍ତ ଚାଲିଛି। ୪ ଜଣଙ୍କୁ କୋର୍ଟ ଚାଲାଣ ହୋଇଛି। ଫେରାର ଦୁଇଜଣ ଡକାୟତ ମଧ୍ୟ ଖୁବ ଶୀଘ୍ର ଧରାପଡିବେ ଓ କେଉଁ ସ୍ଥାନରେ ଡକାୟତି ପାଇଁ ଯୋଜନା ଚାଲୁଥିଲା ତାର ମଧ୍ୟ ଖୁଲାସା ହେବ’ ବୋଲି ଆଇଆଇସି ଶ୍ରୀ ସେଠ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.