ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି କଲମପୁର ବ୍ଳକ ପ୍ରଶାସନ ପକ୍ଷରୁ ସେବା ସଂକଳ୍ପ କାର୍ଯ୍ୟକ୍ରମ ଅଭିଯାନ ଅବସରରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ସମିତି ସଭାଗୃହ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ ସେବା, ଶିକ୍ଷା ସୁବିଧା, ସମସ୍ତଙ୍କ ପାଇଁ ଆବାସ, ମହିଳା ସଶକ୍ତି କରଣ ଏବଂ ସୁରକ୍ଷା, କୃଷି ଜିବୀକା ସମନ୍ବିତ ଉନ୍ନୟନ ସମ୍ବନ୍ଧରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସି.ଡି.ପି.ଓ ନିର୍ବାସିନୀ ଦେଈ, ଅତିରିକ୍ତ ତହସିଲଦାର ଦେବୀ ପ୍ରଶନ୍ନ ଷଡଙ୍ଗୀ, ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ ରାଉତ, ବିଜୟ ପଣ୍ଡା, ଡାକ୍ତର ଅମୂଲ୍ୟ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହେଇ କିଛି ହିତାଧିକାରୀଙ୍କୁ ଆବାସ ଘର କାର୍ଯ୍ୟା ଦେଶ ପତ୍ର, ଭୂମି ହୀନଙ୍କୁ ଘର ଡିହ ପଟ୍ଟା, ସାମାଜିକ ସୁରକ୍ଷା ଯୋଜନାରୁ ଭତ୍ତା, ସ୍ବାସ୍ଥ୍ୟ କାର୍ଡ, ଅନ୍ତୋଦୟ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ଆଦି ବଣ୍ଟନ କରାଯାଇଥିଲା। କଲମପୁର ବ୍ଲକ ପରିସରରେ ସେବା ସେତୁ ଅଭିଯାନ ଅବସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ବିକଶିତ ଭାରତ ବିକଶିତ ଓଡିଶା ଏହି କାର୍ଯ୍ୟକ୍ରମ ନେଇ ଆଜି ମଙ୍ଗଳବାର କଲମପୁର ବ୍ଲକ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଆୟୋଜିତ ହେଇ ଯାଇଛି । ୧୪ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ଝୋଟି ଅଙ୍କନ କରିଥିଲେ । ସମସ୍ତଙ୍କ ଝୋଟିର ମୂଲ୍ୟାୟନ କରାଯାଇଥିଲା।ଏଥିରେ ମାଧୁରୀ ପଟେଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନନ୍ଦିନୀ ସୁନାନୀ ଦ୍ବିତୀୟ ଏବଂ ଯଶଶ୍ରୀ ରାଉତ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହେଇଥିଲେ।





