ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଯାଦବ ସମାଜ ଟ୍ରଷ୍ଟ ପକ୍ଷରୁ ‘ରାଜ୍ୟସ୍ତରୀୟ ଯାଦବ ସମ୍ମାନ ସମାରୋହ’ ଅନୁଷ୍ଠିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ମହିଳା ମହାବିଦ୍ୟାଳୟର ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ, ମୁଖ୍ୟ ବକ୍ତା ଭାବେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ, ବିଶିଷ୍ଟ ଅତିଥି ଭାବେ ଛତିଶଗଡ଼ ଯାଦବ ମହାସଭା ସଭାପତି ପରମେଶ୍ବର ଯାଦବ, ସମ୍ମାନିତ ଅତିଥି ଭାବେ ସମାଜବାଦୀ ପାର୍ଟିର ବ୍ୟବସାୟୀ ସଂଘ ରାଜ୍ୟ ଅଧ୍ୟକ୍ଷ ଅନିଲ ଯାଦବ, ଯାଦବ ମହାସଭାର ରାଜ୍ୟ ଲିଗାଲ ସେଲ ସଭାପତି ସୁବାସ ଚନ୍ଦ୍ର ଭୋଇ, ଆୟୋଜକ ସୁରେନ୍ଦ୍ର ବଗର୍ତ୍ତିଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଯାଦବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଫୁଲବାଣୀ ଆଦି ଜିଲ୍ଲାର ଯାଦବମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।





