ରାସ୍ତା ଉପରେ ଜମି ରହୁଛି ପାଣି : ଡ୍ରେନ ନାହିଁ, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

କୋକସରା,୧୦/୬: କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗାଁ ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷ ତମାମ ପାଣି ଜମି ରହୁଛି ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତାରେ ଥିବା ନଳକୂପର ପାଣି ବୋହି ଆସୁଥିବାରୁ ରାସ୍ତାରେ ପାଣି ଜମିରହୁଛି । ଡ୍ରେନେଜ ବ୍ୟବସ୍ଥା ଥିଲେ ଏପରି ସମସ୍ୟା ଦେଖାଯାଇନଥାନ୍ତା ।

ଗ୍ରାମବାସୀଙ୍କ କହିବା ଅନୁସାରେ ବିଭିନ୍ନ ସମୟରେ ପଞ୍ଚାୟତ ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଅର୍ଥ ମଞ୍ଚୁର ହୋଇ ଆସୁଥିଲେ ହେଁ କୌଣସି କାରଣ ବସତଃ ଏହା ନିର୍ମାଣ ହୋଇ ପାରୁନାହିଁ । ବିଭିନ୍ନ ସମୟରେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ପ୍ରଶାସନ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି । ଫଳରେ ଖରା ବର୍ଷା ପ୍ରତ୍ୟେକ ସମୟରେ ରାସ୍ତାରୁ ପାଣି ନିଷ୍କାସନ ହୋଇନ ପାରି ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି । ବର୍ଷା ଦିନେ ବହୁ ଲୋକଙ୍କ ଘରେ ପାଣି ପସିବା ସହ ଯାତାୟତରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏମିତି କି ବର୍ଷସାରା ପାଣି ଜମି ରହୁଥିବା ଯୋଗୁଁ ମଶା ମାଛି ସଂଖ୍ୟା ବୃଦ୍ଧି ପାଇ ଅନେକ ଲୋକ ଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଥିବା କହିଛନ୍ତି ।

ତେବେ ଗ୍ରାମବାସୀ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି । ଏନେଇ ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁଙ୍କୁ ପଚାରିବାରୁ ଏହା ପଞ୍ଚାୟତର ରାସ୍ତା ନୁହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଛି । ତଥାପି ଆମେ ଲୋକଙ୍କ ସୁବିଧା ନିମନ୍ତେ ମରାମତି କରୁଛୁ, କିନ୍ତୁ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ଘର ରହିଛି ତେଣୁ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି । ତଥାପି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.