ନୋସି ଉତ୍କଳା ମଞ୍ଚରେ ଉଦଘାଟିତ ହେଲା ଶାସ୍ତ୍ରୀୟ ସଂଗୀତର ଅପୂର୍ବ ଆସର ‘ନବକଲ୍ଲୋଳ’

● ପ୍ରତି ରବିବାର ସଂଧ୍ୟାରେ ହେବ ଶାସ୍ତ୍ରୀୟ ସଂଗୀତର ଆସର

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦାବୀରେ ଶାସ୍ତ୍ରୀୟ ସଂଗୀତ ବିଦୂଷୀ ସୁନନ୍ଦା ପଟ୍ଟନାୟକଙ୍କୁ ଶାସ୍ତ୍ରୀୟ ସଂଗୀତ ଉତ୍ସର୍ଗ କରି ଆଜି ନୋସି ଉତ୍କଳା ମଞ୍ଚରେ ଉଦଘାଟିତ ଅନୁଷ୍ଠିତ ହୋଇଯାଇଛି ଏକ ଅପୂର୍ବ ଶାସ୍ତ୍ରୀୟ ସଂଗୀତ ଆସର ‘ନବକଲ୍ଲୋଳ’।

Omkar Vasthu
Omkar Vasthu

ନୋସି ଇମ୍ଫ୍ରା ଦ୍ଵାରା ଆୟୋଜିତ ଏହି ଆସରକୁ ଇମାମୀ ପେପର୍ ର ମୁଖ୍ୟ ପରିଚାଳକ (ଷ୍ଟ୍ରାଟେଜି ଓ ଅପରେସନ୍) ଏମ୍.ବି.ଏସ୍ ନାୟାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଉପସ୍ଥିତ ସଂଗୀତ ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Udyog Nursery
Udyogi Nursery

ଏହି ଶାସ୍ତ୍ରୀୟ ସଂଗୀତ ଆସରରେ ଯୋଗ ଦେଇ ଉଦଘାଟନୀ ଆସରରେ ହିନ୍ଦୁସ୍ତାନୀ ଭୋକାଲ୍ ଗାଇଥିଲେ ବ୍ରଜେଶପଦ ପଣ୍ଡା।ତାଙ୍କୁ ବାଦ୍ୟରେ ସହଯୋଗ କରିଥିଲେ ହାରମୋନିୟମରେ ନନ୍ଦ କିଶୋର ଦାସ, ତବଲାରେ ଅଜିତାନନ୍ଦ ଦେବଗୋସ୍ବାମୀ ଏବଂ ତାନପୁରାରେ ସହଯୋଗ କରିଥିଲେ ସୁନୀତା ଶତପଥୀ।

ପରେ ପରେ ଭୈରବ ରାଗରେ ‘ସନ୍ତୁର’ ବାଦ୍ୟ ପରିବେଷଣ ହୋଇଥିଲା। ସନ୍ତୁର୍ ବାଦନ କରିଥିଲେ ନନ୍ଦକିଶୋର ଦାସ। ତାଙ୍କୁ ତବଲାରେ ସହଯୋଗ କରିଥିଲେ ଅଜିତାନନ୍ଦ ଦେବଗୋସ୍ବାମୀ । ଉପସ୍ଥିତ ଶାସ୍ତ୍ରୀୟ ସଂଗୀତ ପ୍ରେମୀ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇ ଏହି ଆସରକୁ ଉପଭୋଗ କରୁଥିବା ଲକ୍ଷ୍ୟ କରାଯାଇଥିଲା।

ଏହି ଉଦଘାଟନୀ ଆସରରେ ସର୍ବପ୍ରଥମେ ମଞ୍ଚ ଆହ୍ୱାନ କରିଥିଲେ ନୋସି କଲଚ୍ୟୁରାଲ୍ ଏକାଡେମୀର ମୁଖ୍ୟ ଶିଳ୍ପୀ କେଶୁଦାସ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରୁଦ୍ର ପ୍ରକାଶ ବଳ।

ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ତଥା ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଜାନୁଆରୀ ମାସ ପ୍ରତି ରବିବାର ସନ୍ଧ୍ୟାରେ ଏକ ଘଣ୍ଟା ଶାସ୍ତ୍ରୀୟ ସଂଗୀତ ଆସର କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏଥିରେ ଅଧିକରୁ ଅଧିକ ଦର୍ଶକ ଉପସ୍ଥିତ ହେବା ଆଶା କରାଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.