ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ କବିତା ଆସର ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥରର ଆଲୋଚନାର ବିଷୟ ଥିଲା ‘ଭାଷା ବିକାଶରେ ଆମ ଆଚରଣ’। ଏଥିରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ନିର୍ମଳ ନାୟକ ଓ ସମ୍ମାନୀତ ଅତିଥି ତଥା ଆଲୋଚକ ଭାବେ ବିପିନ ବିହାରୀ ବାରିକ ଉପସ୍ଥିତ ରହି ସାହିତ୍ୟିକ କବି ବନ୍ଧୁ ପରିବାରର ସଦସ୍ୟମାନଙ୍କୁ ଦିଗ ଦର୍ଶନ ପ୍ରଦାନ କରିଥିଲେ।

ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ପରିବାରର ଆଭିମୁଖ୍ୟ, ସମ୍ପାଦକୀୟ ବିବରଣୀ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଦ୍ଵୟ ତାଙ୍କର ଦୀକ୍ଷାନ୍ତ ଭାଷଣରେ ଭାଷା ସାହିତ୍ୟର ସୁରକ୍ଷା, ଅନୁଷ୍ଠାନ ପ୍ରତି ଆନୁଗତ୍ୟ ଓ ଆନ୍ତରିକତା ସହ ସଚେତନତା ସୃଷ୍ଟି କରି ଆଗାମୀ ସମୟରେ ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବିଶ୍ଵସ୍ତରରେ ପହଞ୍ଚେଇବାକୁ ସମସ୍ତେ ଆଗେଇ ଆସିବା ସହ ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ସାମାନ୍ୟ ଚିନ୍ତାଧାରା ବି ବିରାଟ ପରିବର୍ତ୍ତନ କରିପାରେ ଏବଂ ମହତ୍ ଉଦ୍ଦେଶ୍ୟ ନେଇ କର୍ମ କଲେ ବହୁତ ଭଲ କାମ ହୋଇପାରେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରକ୍ଷା କରି ଆମ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ଉପଦେଷ୍ଟା ବିଶ୍ଵେଶ୍ଵର ମାଝୀ, ଜୁମରନାଥ ପାତ୍ର ପ୍ରକାଶ କରିଥିଲେ।

ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ, ପରିବାରର ମାର୍ଗଦର୍ଶକ ବ୍ୟଙ୍ଗକବି ସଞ୍ଜୟ କୁମାର ସାହୁ ଏହି ଅନଲାଇନ ଆସରକୁ ସୁପରିଚାଳନା କରିଥିଲେ। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ଏବଂ ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ନାଏକଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

ଉକ୍ତ ସାନ୍ଧ୍ୟ ଆସରରେ ଭୁବନେଶ୍ୱରର ସାରସ୍ୱତ ସାଧିକା ରୀତା ଅପରାଜିତା ମହାନ୍ତିଙ୍କ ଚମତ୍କାର ସଂଯୋଜନାରେ ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତ ପ୍ରଭା ମିଶ୍ର, ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ଗଞ୍ଜାମରୁ ଗଗନ କୁମାର ଦାସ, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, ନିତ୍ୟାନନ୍ଦ ସାହୁ, କପିଲ ଚରଣ ପ୍ରଧାନ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ , ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ରେଖା ମହାପାତ୍ର,ଅନୁଗୁଳରୁ ନନ୍ଦନୀ ରାଉତ, ମୟୂରଭଞ୍ଜରୁ ଧୀରେନ ବାଗ୍, ଜଗତସିଂହପୁରରୁ ବିଷ୍ଣୁପ୍ରିୟା ମିଶ୍ର,ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ସମର ବଲ୍ଲଭ ଭୋଇ,ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଅର୍ଜୁନ ବାରିକ, ପୁନେରୁ ନିର୍ମଳ ନାୟକ ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବିଭିନ୍ନ ସ୍ଥାନରୁ ମାନସ ପ୍ରଧାନ, ଅଜୟ କୁମାର ତ୍ରିପାଠୀ ଶର୍ମା, ଲୋକନାଥ ରେଡି, ମୃତ୍ୟୁଞ୍ଜୟ ଦାସ, ବସନ୍ତ ମଞ୍ଜରୀ ଦାସ, ମିଥୁନ ନାଏକ, ସାଇପ୍ରିୟା ନାଏକ, ପ୍ରିୟମ୍ବଦା ସାମଲ, ହରେକୃଷ୍ଣ ଦାସ,ଜିତେନ୍ଦ୍ରିୟ ସାହୁ, ପ୍ରମୁଖ କବି କବୟତ୍ରୀ ଏହି କବିତା ଆସର ଓ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଅତିଥି ଆଗାମୀ ଦିନରେ ଫେସବୁକ ଲାଇଭ ତଥା ଭର୍ଚୁଆଲ ଆସରରେ ଆହୁରି ଦିଗଦର୍ଶନ ଦେବାକୁ ପ୍ରତିଶୃତି ଦେଇଥିଲେ। ରଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।





