ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଦ୍ୱାରା ଅନଲାଇନ ମାଧ୍ୟମରେ ୍ବୁଧବାର ଦିନ ମାନବ ଚାଲାଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବାର ଅଦାଲତର ବିଚାରପତି ଆଶିସ କୁମାର ତ୍ରିପାଠୀ, ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଡିଏଲଏସଏ ସଚିବ ମନୋରଂଜନ ମିଶ୍ର, ପ୍ରଥମ ଶ୍ରେଣୀ ବିଚାରପତି ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ତଥା ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତି ସୁଭାସିନି ବେହେରା,ପ୍ରଥମ ଶ୍ରେଣୀ ବିଚାରପତି ଯୁଧୀଷ୍ଟିର ଦଳେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ଜିଲ୍ଳାର ଶ୍ରମ ଅଧିକାରୀୀ ଯଶ୍ମିନ ସାହୁ,ପାନାଲ ଓକିଲ,ପାରା ଲିଗାଲ ଭଲ୍ୟୁଂଟର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମାନବ ଚାଲାଣ ଉପରେ ପରିବାର ଅଦାଲତର ବିଚାରପତି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସେହିପରି ନାରୀ ଶୋଷଣର ଶୀକାର ହେଲେ ଆଇନରେ କଣ କଣ ବ୍ୟବସ୍ଥା ରହିଛି ସେ ସଂପର୍କରେ ବକ୍ତାମାନେ ଅଂଶଗ୍ରହଣକାରୀଙ୍କୁ ସଚେତନ କରିଥିଲେ । ମାନବ ଚାଲାଣରେ ଶୀକାର ହୋଇଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ଆଖପାଖର ବ୍ୟକ୍ତି ତୁରନ୍ତ ଏହା ପ୍ରଶାସନର ନଜରକୁ ଆଣିବା ନିତାନ୍ତ ଆବଶ୍ୟକ ବୋଲି କହିବା ସହ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ଶ୍ରମ ଅଧିକାରୀ ଶ୍ରୀମତି ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଶେଷତଃ ରାୟଗଡ ଜିଲ୍ଳାରେ ମାନବ ଚାଲାଣ ଉପରେ ସଚେତନ କରିବା ପାଇଁ ଜିଲ୍ଳାରେ କରାଯାଉଥିବା ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଓ ସେହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀି ମାନଙ୍କର ବିିଭିନ୍ନ ପ୍ରଶ୍ନର ଉତର ରଖିଥିଲେ ।





