ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଘଟଣାରେ ରାୟଗଡ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସୁରେଶ ଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ସଂପାଦକ ରାଜେଶ କୁମାର ମହାନ୍ତି ନୟାଗଡ ଜିଲ୍ଳାର ଅବକାରୀ ସବଇନ୍ସପେକ୍ଟର କାର୍ଯ୍ୟରତ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଓ ମାଡ ମାରିବା ସମ୍ବନ୍ଧରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ କରିବା,ନୟାଗଡ ଠାରେ ହୋଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ଶୀକାର ହୋଇଥିବା ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜ ହୋଇଥିବା ମାମଲା ପ୍ରତ୍ୟାହାର କରିବା ସହ ସଂପୃକ୍ତ ଅବକାରୀ ଇନ୍ସପେକ୍ଟରଙ୍କୁ ତୁରନ୍ତ ଗିରଫ କରିବା ନେଇ ରାୟଗଡ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଥାଉ କି, ଗତ ୧୮ତାରିଖ ଦିନ ନୟାଗଡ ଜିଲ୍ଳା ଅବକାରୀ ବିଭାଗରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ଧନଂଜୟ ପାତ୍ର ଚୋରା ମଦ କାରବାର ସମ୍ବନ୍ଧୀୟ ଦୁର୍ନୀତି କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏଥିସହ ଏକ ସରକାରୀ ମଦ ଦୋକାନରୁ ୧୨୧ଲିଟର ମଦ ଜବତ ସମ୍ବନ୍ଧରେ କେତେକ ଗଣମାଧ୍ୟମ ପ୍ରତିନିଧି ଅବକାରୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ମାଗିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସବଇନ୍ସପେକ୍ଟର ଜଣଙ୍କ ଜିଲ୍ଳାର ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ନ୍ୟିୁଜ୍ ୭ର ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ସହ ର୍ଦୁବ୍ୟବହାର କରିବା ସହ ମାଡ ମାରିଥିଲେ । ତେଣୁ ଯଥାଶୀଘ୍ର ସଂପୃକ୍ତ ଅବକାରୀ ଏସ.ଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ନେଇ ଦାବିପତ୍ରରେ ଉଲ୍ଳେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସହ ସଂପାଦକ ସନ୍ତୋଷ ପାଢୀ, ସାଂଗଠନିକ ସଂପାଦକ ପରମାନନ୍ଦ ପ୍ରଧାନ ଓ ରଶ୍ମିରଂଜନ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.