ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ପ୍ରଶାସନ ଓ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡରେ ବ୍ୟବହାର ହେଉଥିବା ସାମଗ୍ରୀ ଯୋଗାଇ ଦେଇଛି ଇକୋଲୋଜିକାଲ ସୋସାଇଟି ଫାଉଣ୍ଡେସନ। ସ୍ବେଚ୍ଛାସେବୀ ସଂସ୍ଥା ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ସାମଗ୍ରୀ ପ୍ରଦାନ କରାଯାଇଛି। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନକୁ ୨୮ ଗୋଟି ପଞ୍ଚାୟତ ପାଇଁ ୨୮ଟି ଅକ୍ସିମିଟର, ୨୮ଟି ଇନଫାଇରେଡ଼ଥରମୋମିଟର, ସାନିଟାଇଜର ୫୦, ଫେସ ସିଲଡ଼ ୬୦, ଏନଏସି ମାକ୍ସ ୧୦୦ଟି ଯୋଗାଇ ଦିଆଯାଇ ଥିଲା।
ସେହିପରି ବ୍ଲକର ଲାଞ୍ଜିଗଡ଼ ସିଏଚସି, ବିଶ୍ୱନାଥପୁର ସିଏଚସି, ଲାଞ୍ଜିଗଡ଼ରୋଡ଼ ଓ ବେନଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ମଧୁପୁର ପିଏଚସିକୁ ଯୋଗାଇ ଦେବା ପାଇଁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅକ୍ସିମିଟର ୧୦୦ଟି, ଇନଫାଇରେଡ଼ ଥରମୋମିଟର ୧୦୦ଟି, ଫେସ ସିଲଡ଼ ୧୦୦୦ଟି, ଗ୍ଲୁବସ ୧୦୦୦ଟି, ସାନିଟାଇଜର ୩୦୦ଟି, ଏନଏସ୍ ମାକ୍ସ ୧୭୦୦ଟି, ପିପିଇ କିଟ୍ ୨୦ଟି ଯୋଗାଇ ଦିଆଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡ଼ିଓ ବିଭୁତି ଭୂଷଣ ଶତପଥୀ, ଡା. ନିହାର ରଞ୍ଜନ ସାହୁଙ୍କ ଉପସ୍ଥିତରେ ଏହି ସବୁ କୋଭିଡରେ ବ୍ୟବହାର ସାମଗ୍ରୀ ଯୋଗାଇ ଦିଆଯାଇଥିଲା। କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସାମଗ୍ରୀ ଯୋଗାଇ ଦିଆଯାଇଥିବା ସେବାଜଗତ ସଂପାଦକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in