ବର୍ଷାରେ ଭୁଷୁଡିଲା ମାଟିଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

ଲାଞ୍ଜିଗଡ଼: ଅଦିନିଆ ବର୍ଷା ସାଙ୍ଗକୁ ଶୀତର ଲହରୀ ଗରିବ ଲୋକଙ୍କ ପାଇଁ କାଳ ସାଜିଛି । ମଙ୍ଗଳବାର ରାତିରୁ ଲାଞ୍ଜିଗଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁଁ ସହର ନିକଟସ୍ଥ ଆଶ୍ରମପଡାର କନ୍ଦର୍ପ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମାଟିଘରର କାନ୍ଥ ଭୁଷୁଡି ପଡିଛି । ଘର ଭାଙ୍ଗିବା ସମୟରେ କନ୍ଦର୍ପ ଓ ତାଙ୍କ ପତ୍ନୀ ଉଭୟ ଘରେ ଥିବାବେଳେ ଅଳ୍ପକେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ମାଟିଘରର କାନ୍ଥ ଭୁଷୁଡି ପଡିବା ଯୋଗୁଁ ସେମାନେ ବେଘର ହୋଇଯାଇଛନ୍ତି । ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ ରାଜସ୍ୱ ନିରୀକ୍ଷକ ଅନିରୁଦ୍ଧ ରାଉତ କ୍ଷତିଗ୍ରସ୍ତ ପରିବାରକୁ ଟାରପୋଲିନ ଯୋଗାଇ ଦେଇଛନ୍ତି । ସେହିପରି ଭାବେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ରାଜେନ୍ଦ୍ର ମହାକୁଡ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି । ତେବେ କ୍ଷତିଗ୍ରସ୍ତ କନ୍ଦର୍ପଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନଙ୍କୁ ସରକାରୀ ଯୋଜନାରେ ଏକ ଘର ଯୋଗାଇଦେବାକୁ ଦାବି ହେଉଛି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.