ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ‘ଶବ୍ଦଗଙ୍ଗା’ର ବିଂଶତମ ସଂଖ୍ୟା ଉନ୍ମୋଚିତ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅନ୍‌ଲାଇନ୍ ସାରସ୍ୱତ ମାସିକ ମୁଖପତ୍ର ‘ଶବ୍ଦଗଙ୍ଗା’ର ବିଂଶତମ ସଂଖ୍ୟା ବିଭାଗମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଲୋକାର୍ପିତ ହୋଇଯାଇଛି। ଉନ୍ମୋଚନ ସଭାକାର୍ଯ୍ୟରେ ଡ଼ଃ ବେହେରା ଅଧ୍ୟକ୍ଷତା କରିବା ସହ ପତ୍ରିକାର ସାହିତ୍ୟିକ ଓ ସାରସ୍ଵତ ମୂଲ୍ୟବୋଧ ସମ୍ପର୍କରେ ଉଚ୍ଚକୋଟୀର ବକ୍ତବ୍ୟ ପରିବେଷଣ କରିଥିଲେ । ଏହି ନୂତନ ବର୍ଷ ସଂଖ୍ୟାର ଅତିଥି କବି ଭାବେ ଘେଁସ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜଗଦୀଶ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟର ମହତ୍ତ୍ଵ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ଦେବା ସହ ସ୍ୱରଚିତ କବିତା ଶୀର୍ଷକ “ହେ ଈଶ୍ୱରୀ” ମଧ୍ୟ ଆବୃତ୍ତି କରିଥିଲେ। ଛାତ୍ର ଶିବାତ୍ମକ ପଣ୍ଡା, ଚନ୍ଦନ ବେହେରା, ତୃଷ୍ଣା ଦାଶ ଓ ମଙ୍ଗରାଜ ମହାପାତ୍ର ପତ୍ରିକା ସମ୍ପର୍କରେ ଓଜଃସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ସମ୍ପାଦକ ସୁଦର୍ଶନ ସାହୁ, ଆଶାଜ୍ୟୋତି ଦାସ, ଜଗନ୍ନାଥ ମେହେର ଓ ବର୍ଷାରାଣୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଲିପ୍‌ସା ମେହେର ‘ଶବ୍ଦଗଙ୍ଗା’ର ସାରସ୍ୱତ ମୂଲ୍ୟ ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଛାତ୍ରୀ ସୀମା ଶତପଥି ଧନ୍ୟବାଦ ଅର୍ପଣ କରଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗର ସଂଖ୍ୟାଧିକ ଛାତ୍ରଛାତ୍ରୀ ଯୋଗଦେବା ସହ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.