ଯୁବ ରେଡକ୍ରସ୍ ଦକ୍ଷିଣ ଜୋନର ଯୁବ ଦିବସ ପାଳିତ

ଭବାନୀପାଟଣା : ଯୁବ ରେଡକ୍ରସ୍ ଦକ୍ଷିଣ ଜୋନ ତରଫରୁ କୋଭିଡ କଟକଣାକୁ ଆଖିଆଗରେ ରଖି ଅନଲାଇନ୍ ମାଧ୍ୟମରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗ ଦେଇ ଯୁବ ସମାଜର ସର୍ବକାଳୀନ ଆଦର୍ଶ ସ୍ବାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ଦିଗ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଓ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାମୀଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସଂଯୋଜକ ଡ. ନରେଶ ଚନ୍ଦ୍ର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆସ୍କା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଦେବବ୍ରତ ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାଲକାନଗିରି ଜିଲ୍ଲା ସଂଯୋଜକ ଡି ଆଶିଷ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥଲେ । ଏହି ଅନଲାଇନ୍ ସଭାରେ ଦକ୍ଷିଣ ଜୋନ ଅନ୍ତର୍ଗତ ନଅ ଗୋଟି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଯୁବ ରେଡକ୍ରସ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କ୍ୱିଜ୍ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.