ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ : ମନ ମୋହୁଛନ୍ତି କୁନି କଣ୍ଠଶିଳ୍ପୀ ମାମାଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଏବଂ ଜିଲ୍ଲା ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମ.ରାମପୁର ଶ୍ରୀରାମଲୀଳା ନାଟ୍ୟ ମହୋତ୍ସବ ଚଳିତ ଥର ତିନିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଉଛି । ସୋମବାର ପ୍ରଥମ ରଜନୀରେ ଦୁଇଟି କାଣ୍ଡ ମଞ୍ଚସ୍ଥ ହେଇଥିବାବେଳେ କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ସ୍ମୃତିରେଖା ପାଢୀ, ରୁବି ବେହେରା ତ୍ରିଲୋଚନ ସୁନା, ଜଗମୋହନ ସାହୁ । ତେବେ ଚଳିତବର୍ଷ ମଧ୍ୟ କୁନି କଣ୍ଠ ଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ(ମମାଲି) ବିଭିନ୍ନ ନାରୀ ଚରିତ୍ରର ସଂଗୀତ ପରିବେଷଣ କରି ସମସ୍ତଙ୍କର ପ୍ରିୟଭାଜନ ହେଇଛନ୍ତି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ରୀ ତଥା କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସଂଯୁକ୍ତା ଦୁବେଙ୍କ କନିଷ୍ଠା କନ୍ୟା ମାମାଲି (ଜନ୍ମ:୨୦-୧୦-୨୦୦୯) ମନ୍ଥରା ଚରିତ୍ରର ଗୀତ ଖୁବ୍ ନିଆରା ତଥା ଚମତ୍କାର ଥିଲା । ଏକାଧାରରେ ଜଣେ ନୃତ୍ୟ ଶିଳ୍ପୀ, କଣ୍ଠ ଶିଳ୍ପୀ, ଚିତ୍ର ଶିଳ୍ପୀ ମାମାଲି ଯେ ଆଗାମୀ ଦିନରେ ଏହି ରାମଲୀଳା ମହୋତ୍ସବର କେନ୍ଦ୍ରୀୟ କଣ୍ଠ ଶିଳ୍ପୀ ସାଜିବେ ବୋଲି କଳାକାର ମହଲରେ ଆଲୋଚନା ହେଉଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.