ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ବାପୁଜୀ ଉଚ୍ଚ ବିଦ୍ୟାଳୟ ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ସ୍କୁଲ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଢଳ ଦେବ ମୁଣ୍ଡ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଶ୍ମିତା ପଟେଲ, ଉପ ସଭାପତି ସୁନୀଲ ଗହୀର ପ୍ରମୁଖ ଯୋଗଦେଇ ଉପସ୍ଥିତି ସମସ୍ତ ଛାତ୍ର/ଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରିତା ବିଷୟରେ ବୁଝାଇଥିଲେ । ଛାତ୍ର ମାନେ ହିଁ ପରିବେଷ ପ୍ରତି ଆଗ୍ରହ ହୋଇ ଅଧିକରୁ ଅଧିକ ଗଛ ଲଗେଇବାପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ସବୁ ରୋପଣ କରାଯାଇଥିଲା । ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ରାଜେଶ ଗଉଡ଼, ଯଶୋବନ୍ତ ରଣା, ଅଭିଷେକ ବେହେରା, ଶମ୍ଭୁ ବିଶି ଓ ସ୍କୁଲର ସମସ୍ତ ଶିକ୍ଷୟତ୍ରି, ଶିକ୍ଷକ, ଛାତ୍ର/ଛାତ୍ରୀ ସହଯୋଗ କରିଥିଲେ ।