ଡିଜିଟାଲ ସେବା କେନ୍ଦ୍ର ସଂଘର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଠାରେ କୋକସରା ବ୍ଳକ ଡିଜିଟାଲ ସେବା କେନ୍ଦ୍ର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ପଦ୍ମାଜା ପାତ୍ର ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ସିଏସ୍ ସି ଜିଲ୍ଲା ପ୍ରବନ୍ଧକ ସୁରଥ ସାହୁ, ଶ୍ରୀକାନ୍ତ ପାତ୍ର, ଜିଲ୍ଲା ସଂଯୋଜକ ସଞ୍ଜିବ ସରାଫ ପ୍ରମୁଖ ଯୋଗଦେଇ ଥିଲେ । ଏହି ବୈଠକରେ କିଭଲି ଭାବେ ଲୋକେ ଡିଜିଟାଲ ସେବା ଓ ସୁବିଧା ପାଇପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବା ୫ଜଣ ସିଏସସି ଭିଏଲଇ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। ବୈଠକ କୁ ମନ୍ମଥ ଦାସ ପରିଚାଳନା କରିଥିବାବେଳ ବିଦ୍ୟାଧର ଖର୍ସେଲ, ଖିରୋଦ କୁମାର ନାଏକ, ଅଭିମନ୍ୟୁ ନାଗ, ଜନ୍ମେଜୟ ପୁଝାରୀ, ଶୈଳେଶ ପଣ୍ଡା, ବିଭୁତି ଭୂଷଣ ମାଝୀ, ମକୁନ୍ଦ ମାଝୀ, ନାରାୟଣ ରାଉତ, ଶମ୍ଭୁ ସ୍ୱର ନାଗ ସମେତ ସମସ୍ତ ସିଏସସି ଭିଏଲଇ ମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.