ଏକଛତ୍ରବାଦୀ ଶାସକ ମୁଶରଫଙ୍କ ବିୟୋଗ, ଶଶୀ ଥରୁର କହିଲେ ‘ସେ ଥିଲେ ଶାନ୍ତିର ଦୂତ’; ବର୍ଷିଲେ ବିଜେପି ନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୁଶରଫଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଟ୍ୱିଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଥରୁର ମୁଶରଫଙ୍କୁ ଶାନ୍ତି ପାଇଁ ପ୍ରକୃତ ଶକ୍ତି ବୋଲି ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଏହି ଟୁଇଟ୍‌ରେ ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା ଥରୁରଙ୍କୁ ଟାର୍ଗେଟ କରିଛନ୍ତି।

Omkar Vasthu
Omkar Vasthu

ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଜେନେରାଲ ପରଭେଜ ମୁଶରଫଙ୍କ ମୃତ୍ୟୁକୁ ସମବେଦନା ଜଣାଇ ରବିବାର କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଲେଖିଛନ୍ତି ଯେ ଥରେ ଭାରତର ଶତ୍ରୁ ମୁଶରଫ ୨୦୦୨ ରୁ ୨୦୦୭ ମଧ୍ୟରେ ଶାନ୍ତି ପାଇଁ ପ୍ରକୃତ ଶକ୍ତି ପାଲଟିଥିଲେ। ଏକ ବିରଳ ରୋଗ ହେତୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ସେ ୨୦୦୨-୨୦୦୭ ମଧ୍ୟରେ ଶାନ୍ତି ପାଇଁ ଏକ ଶକ୍ତି ପାଲଟିଥିଲେ।

Pearl dental clinic
Near Ashish Medical Store, Bhawanipatna

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥରୁର କହିଛନ୍ତି ଯେ ମୁଁ ତାଙ୍କୁ ମିଳିତ ଜାତିସଂଘରେ ଭେଟିଥିଲି ଏବଂ ତାଙ୍କୁ କୂଟନୈତିକ ଦୃଷ୍ଟିକୋଣରୁ ଚତୁର ତଥା ସ୍ପଷ୍ଟ ମନେ କରିଥିଲି। ଭଗବାନ ତାଙ୍କୁ ଶାନ୍ତି ଦିଅନ୍ତୁ। ଥରୁରଙ୍କ ଏହି ଟ୍ୱିଟକୁ ନେଇ ବିବାଦ ଦେଖାଦେଇଛି। ଆଉ ବିଜେପି ତାଙ୍କୁ ଟାର୍ଗେଟ କରିଛି।

Udyog Nursery
Udyogi Nursery

ବିଜେପି ନେତା ଶାହାଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, ‘କାରଗିଲ ଯୁଦ୍ଧର ଖଳନାୟକ, ଏକଛତ୍ରବାଦ ଶାସକ ପରଭେଜ ମୁଶରଫ, ତାଲିବାନ ଏବଂ ଓସାମାକୁ ଭାଇ ଓ ହିରୋ ଭାବରେ ବିବେଚନା କରୁଥିଲା। ନିଜ ସୈନିକଙ୍କ ମୃତଦେହ ଫେରାଇ ନେବାକୁ ମନା କରି ଦେଇଥିବା ବେଳେ ତାଙ୍କୁ ପ୍ରଶଂସା କରାଯାଉଛି।ପୁଣି ଥରେ କଂଗ୍ରେସର ପାକିସ୍ତାନ ପ୍ରେମ ବାହାରିଲା କହି ପୁନାୱାଲା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ପୁନାୱାଲା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ଓସାମା ବିନ୍ ଲାଡେନ ଏବଂ ତାଲିବାନକୁ ପ୍ରଶଂସା କରିଥିବା ପରଭେଜ ମୁଶରଫ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ରାହୁଲଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି ଡାକି ତାଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବୋଧହୁଏ ଏହି କାରଣରୁ ଶଶି ଥରୁର କାରଗିଲ ଯୁଦ୍ଧର ଖଳନାୟକ ତଥା ଆତଙ୍କବାଦ ସମର୍ଥକଙ୍କୁ ପ୍ରଶଂସା କରୁଛନ୍ତି ବୋାଲି ପୁନାୱାଲା କହିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.