ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ପୋଲିସ ତଥା ସୋନପୁର ଥାନାରେ କାର୍ଯ୍ୟରତ ସୁଜାତା ମିଞ୍ଜ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏଥଲେଟ ଜେନେରାଲ ମିଟ ଡିସ୍କସ ଥ୍ରୋରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସର ଗୌରବ ବଢ଼ାଇଛନ୍ତି । ମିସ ମିଞ୍ଜଙ୍କୁ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଜ଼ିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏସପି ଶ୍ରୀ ପଣ୍ଡାଙ୍କ ସମେତ ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେର, ଏସପି ଷ୍ଟେନୋ କୃତ୍ତିବାସ ମିଶ୍ର, ପୋଲିସ କନେଷ୍ଟବଳ ସଂଘ ପ୍ରାକ୍ତନ ସମ୍ପାଦକ ଦୀନେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପ୍ରତିଭା ମିସ ସୁଜାତା ମିଞ୍ଜଙ୍କୁ ଉତ୍ସାହିତ କରି ଏହି କ୍ଷେତ୍ରରେ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହା ପୂର୍ବରୁ ସୋନପୁର ଥାନାରେ ପ୍ରତିଭା ମିଞ୍ଜଙ୍କୁ ଭାବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଏ ଦିଗରେ ତାଙ୍କୁ ସଫଳତା କାମନା କରାଯାଇଥିଲା ।





