ସାହାଜଖୋଳ ଜଙ୍ଗଲ ସୁରକ୍ଷା ସମିତିର ସାମ୍ବାଦିକ ସମ୍ମିଳନୀ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିନ ଥିଲା ସାହଜଖୋଲ ଜଙ୍ଗଲ ଏଠାକାର ଆଦିବାସୀଙ୍କୁ ଜୀବିକା ଦେଉଥିଲା l ଏଠାରେ ଥିବା ମହୁଳ, ଚାଁର, କେନ୍ଦୁ, ଓ ବିଭିନ୍ନ ଔଷଧୀୟ ବୃକ୍ଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ଜୀବିକା ନିର୍ବାହ କରୁଥିଲେ l ଏବେ ଅଣ ଓଡ଼ିଆ ଓ ପଡୋଶୀ ନବରଙ୍ଗପୁର ଜିଲ୍ଲା ର ମାଫିଆ ମାନେ ଅନଧିକାର ପ୍ରବେଶକରି ଜଙ୍ଗଲ ନଷ୍ଟ କରି ମକା ଓ ଗଞ୍ଜେଇ ଚାଷ କରୁଥିବା ନଜିର ରହୁଛି l ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଆଜି ଗୋତୋମୁଣ୍ଡା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସାହଜଖୋଲ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ କଡା ଚେତାବନୀ ଦିଆଯାଇଛି l ସାହାଜଖୋଲ ଜଙ୍ଗଲ ସୁରକ୍ଷା ସମିତି ମହାସଂଘର ସଭାପତି ଭୁଜବଳ ସୋରୀଙ୍କ ଆବାହକତ୍ୱ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସଭାରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀ, ଧର୍ମଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଭବେଶ ଗଇନ୍ତା, ଆମପାଣି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ଜିଲ୍ଲା ଆଦିବାସୀ ସଂଘ ସାଧାରଣ ସମ୍ପାଦକ ଋତୁରାଜ ମାଝୀ, କୋକସରା ବ୍ଲକ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଜୟପାଟଣା ବ୍ଲକ ଆଦିବାସୀ ସଂଘ ଉପସଭାପତି ଜଗମୋହନ ମାଝୀ, ଡୁଡୁକାଠେଙ୍ଗା ସମିତିସଭ୍ୟା ପାର୍ବତୀ ବାଗ, ସାନପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ ପ୍ରମୁଖ ମଞ୍ଚାସିନ ଥିଲେ l ଜଙ୍ଗଲ ମାଫିଆଙ୍କ ଅନଧିକାର ପ୍ରବେଶ ଓ ମକା ଚାଷକୁ ନେଇ ଗତ ୨୦୨୧ ମସିହାରେ ବନ ବିଭାଗ ଓ ବନ ସୁରକ୍ଷା ସମିତି ପକ୍ଷରୁ ସେମାନଙ୍କୁ ବିତାଡିତ କରାଯାଇଥିଲା। ସେତେ ବେଳେ ସଙ୍ଗୀନ ପରିସ୍ଥିତି ଉପୁଜିଥିଲା। ଏହା ପରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କୋକସରା ବ୍ଲକ ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ଗଠନ ହୋଇଥିଲା। ଏଥିରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବେଆଇନ୍ ପ୍ରବେଶ କାରି ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଏକ ନିଷ୍ପତ୍ତି ହୋଇଥିଲା। ସେଥିରେ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଆସନ୍ତା ଛଅ ମାସ ମଧ୍ୟରେ କୌଣସି ଏକ ରାଜସ୍ୱ ଗ୍ରାମରେ ଥଇଥାନ କରାଯିବା ନିଷ୍ପତ୍ତି ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଦୀର୍ଘ ୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ଉଚ୍ଛେଦ କରି ନାହାନ୍ତି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆଜି ସାମ୍ବାଦିକ ସମ୍ମିଳନୀ ହୋଇଛି l ସମ୍ମିଳନୀରେ ୫୦ ଗୋଟି ବନ ସୁରକ୍ଷା ସମିତି ସହିତ ଶହ ଶହ ମହିଳାମାନେ ସାମିଲ ହୋଇ ବନ ସୁରକ୍ଷା ପାଇଁ ଶପଥ ନେଇଥିବା ବେଳେ ଆଜି ଠାରୁ ଭିଏସ୍ ଏସ କମିଟି ଭାଙ୍ଗିବା ସହ ନୂତନ ଗୋଷ୍ଠୀ ଗତ ଅଧିକାର ପାଇଁ ସୁରକ୍ଷା ସମିତି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ବନ ବିଭାଗ କିମ୍ବା ପ୍ରଶାସନ ଗୋଟେ ପତ୍ର ମଧ୍ୟ ଏହି ଜଙ୍ଗଲରୁ ନେବାକୁ ହେଲେ ଆମ ଅନୁମତି ନେବାକୁ ପଡିବ। ଆମ ଜଙ୍ଗଲ କୁ ଆମେ ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଛୁ, ଏବଂ ଆମର ଏହି ଲଢେ଼ଇ ଜାରି ରହିବ, ସରକାରଙ୍କୁ ଆମର ବିଶ୍ବାସ ରହିଛି ନିଶ୍ଚିତ ଭାବରେ ଜଙ୍ଗଲକୁ ସୁରକ୍ଷା କରିବେ, ଏବଂ ବନ ବିଭାଗର ଅସାଧୁ ଅଧିକାରି ଓ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ଦିନେ ଯେଉଁ ସାହାଜଖୋଳ ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ତାହା ଏବେ ମକା ମାଫିଆ ମାନଙ୍କ ଯୋଗୁଁ ବହୁ ମୂଲ୍ୟ ବାନ ଗଛ ଗୁଡ଼ିକ କଟାଯାଇ ଖେଲପା ହୋଇଗଲାଣି।ବନବିଭାଗ ପକ୍ଷରୁ କୌଣସି ସୁରକ୍ଷା ଦେଉନଥିବାରୁ ଜଙ୍ଗଲ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ମାନେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମକୁ ଭଜମନ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୁମାଞ୍ଚଳ ପୂଝାରୀ ପରିଚାଳନା କରିଥିଲେ l ସୁରକ୍ଷାସମିତିର ନିରଞ୍ଜନ ବାଗ, ସୁବାସ ଖରସେଲ, କୁବେର ହଂସ, ଭରତ ଦୁର୍ଗା, ପାର୍ଥବ ମାଝୀ, ପରୀକ୍ଷିତ ବେସ୍ରା, ପ୍ରମୁଖ ବିଶେଷ ସହଯୋଗ କରିଥିଲେ l