କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ସ୍କୁଟି ଦୁର୍ଘଟଣା, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ସ୍କୁଟି ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଭାବେ ଆହତ ହେଇଛନ୍ତି। ସୂଚନା ଅନୁସାରେ କଲମପୁର ତଳପଡାର ଯତୀନ୍ଦ୍ର ବିଶ୍ଵାଳ (ଲାଲୁ) ଏବଂ ରାଜକୁମର ମାଝୀ ନାମକ ଦୁଇ ଜଣ ଏକ ସ୍କୁଟି ଯୋଗେ ବରଗାଁ ପଟରୁ ଜୁନାଗଡ଼ କଲମପୁର ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିଲେ। କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏକ ବୁଲାଣି ନିକଟରେ ସ୍କୁଟି ଚାଳକ କୌଣସି କାରଣରୁ ସ୍କୁଟିରୁ ନିୟନ୍ତ୍ରଣ ହରାଇଥିଲେ। ଯାହାରି ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହେଇପଡିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ ତୁରନ୍ତ ଦୁର୍ଘଟଣା ସ୍ଥାନରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ଙ୍କ ଚିକିତ୍ସା ଜାରି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.