ଛତିଶଗଡ଼ରେ ପରାଜୟ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ବିଜେପି ବିଜୟ ପତାକା ଉଠାଇଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ପିନ୍ଧିଛି ବିଜୟ ମୁକୁଟ । ଏଠାରେ କଂଗ୍ରେସ କେସିଆରଙ୍କ ବିଆରଏସକୁ ହରାଇ କଂଗ୍ରେସ ୬୭ ଆସନରେ ଜିତିଥିବାବେଳେ ବିଆରଏସ ୩୯ ଆସନରେ ଜିତିଛି । ସେହିପରି ବିଜେପି ଖାତାରେ ୮ଟି ଆସନ ପଡିଥିବାବେଳେ ଅନ୍ୟାନ୍ୟଙ୍କ ମିଳିଛି ୮ଟି ଆସନ । ବିଜେପି ଜିତିଥିବା ତିନି ରାଜ୍ୟ ହେଲା ଛତିଶଗଡ, ମଧ୍ୟପ୍ରେଦଶ ଓ ରାଜସ୍ଥାନ । ଛତିଶଗଡରେ ବିଜେପି ୫୪ ଆସନରେ ଜିତିଥିବାବେଳେ ବିଜେପି ୩୫ ଏବଂ ଅନ୍ୟାନ୍ୟ ଗୋଟିଏ ଆସନରେ ଜିତିଛନ୍ତି । ରାଜସ୍ଥାନରେ ବିଜେପିକୁ ୧୧୫ ଆସନ ମିଳିଥିବାବେଳେ କଂଗ୍ରେସକୁ ୬୯, ବିଏସପିକୁ ୨ ଏବଂ ଅନ୍ୟମାନଙ୍କୁ ୧୩ଟି ଆସନ ମିଳିଛି । ସେହିପରି ମଧ୍ୟପ୍ରଦେଶରେ ୧୬୩ ଆସନରେ ବିଜେପି ଜିତିଥିବାବେଳେ ୬୬ ଆସନରେ କଂଗ୍ରେସ ଏବଂ ଗୋଟିକରେ ଅନ୍ୟାନ୍ୟ ଜିତିଛନ୍ତି । ରାଜସ୍ଥାନରେ ପରାଜୟକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ପ୍ରଦାନ କରିଛନ୍ତି । ସେ ରବିବାର ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରବିବାର ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ନିର୍ବାଚନରେ କଂଗ୍ରେସର ପରାଜୟ ସ୍ୱୀକାର କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କରିଛନ୍ତି  । ସେଥିରେ ସେ ଉଲ୍ଲେଖ କରିଛନ୍ତି, ଜନତାଙ୍କର ଅପେକ୍ଷା ଏବଂ ଆାକାଂକ୍ଷା ବହୁତ ଲମ୍ବା । ଜନତାଙ୍କ ବିବେକକୁ ସମ୍ମାନ କରୁଛୁ ।’ ସେ ଏକ୍ସରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନତାଙ୍କ ଜନାଦେଶକୁ ମୁଣ୍ଡ ନୁଆଁଇ ସ୍ୱୀକାର କରୁଛୁ । ତେବେ ଆମେ ସନ୍ତୁଷ୍ଟ ଯେ,୫ ବର୍ଷ ମଧ୍ୟରେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିପାରିଛୁ ।’ ଏଠି କହିରଖିବୁ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଟନ ଆସନରୁ ଜିତିଛନ୍ତି । ସେ ବିଜେପି ସାଂସଦ ବିଜୟ ବଘେଲଙ୍କୁ ୧୯ ହଜାର ୭୨୩ ଭୋଟରେ ପରାସ୍ତ କରିଛନ୍ତି । ତେବେ ରାଜ୍ୟର ୮ ମନ୍ତ୍ରୀ ନିର୍ବାଚନରେ ହାରି ଯାଇଛନ୍ତି । ଏପରିକି ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ନିର୍ବାଚନା ହାରି ଯାଇଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.