ବହୁଭାଷୀ ସାପ୍ତାହିକ ପତ୍ରିକା ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜଙ୍କ ପରିସର ମଧ୍ୟରେ ବହୁଭାଷୀ ସାପ୍ତାହିକ ପତ୍ରିକା ‘ଭଏସ୍ ଅଫ୍ ଭିକ୍ଟିମ୍ସ’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଆଡଭୋକେଟ୍ ଜ୍ଞାନ ରଞ୍ଜନ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କରକମଳରେ ଏହି ପତ୍ରିକାକୁ ସମର୍ପଣ ପୂର୍ବକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସମ୍ପାଦକ ଶ୍ରୀ ମିଶ୍ର କହିଥିଲେ ଯେ ପୀଡ଼ିତ, ଅସହାୟ ଲୋକଙ୍କ ସ୍ୱର ଏହି ପତ୍ରିକା ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଯିବ । ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦିଆଯିବା ପାଇଁ ପ୍ରୟାସ କରାଯିବ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଶୋକ କୁମାର ରଥଙ୍କ ସମେତ ଚିଫ୍‌ ରିପୋର୍ଟର୍‌ ରଣଜିତ୍‌ ପଟ୍ଟନାୟକ, ସଞ୍ଜୀବ କୁମାର ତରେଇ, କମଳ କୁମାର ଧଳ, ଅମୀୟ ପ୍ରକାଶ ମହାନ୍ତି, ରତ୍ନାକର ମହାମାନସିଂ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.