କଫସିରଫ ଜବତ ସହ ମା ପୁଅ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୋଲିସ ସହରର ମଝିପଡା ରାସ୍ତାରେ ଚଢାଉ କରି ୮୧ ବୋତଲ କଫସିରଫ ଓ ୨ ଷ୍ଟ୍ରିପ୍‌ କୋଡିନ୍‌ ଫସଫେଟ( ନିଶା ବଟିକା) ଜବତ କରିଛି। ସୂଚନା ଯୋଗ୍ୟ ଯେ ସହରର ବଡବଜାର ଅଞ୍ଚଳର ଶୈଳେନ୍ଦ୍ରି ବେହେରା (୬୦) ଓ ତାଙ୍କ ପୁଅ ଭବାନୀ ଶଙ୍କର ବେହେରା (୪୨)ଙ୍କ ଏକ ଫଟୋ ବନ୍ଧେଇ ଦୋକାନ ମଝିପଡା ରାସ୍ତାରେ ଥିବାବେଳେ ସେଠାରେ ସେମାନେ କଫସିରଫ ଚୋରା କାରବାରରେ ଉଭୟ ସଂମ୍ପୃକ୍ତ ଥିଲେ। ଏଏସଆଇ୍‌ ରଞ୍ଜିତ କୁମାର ମହାପାତ୍ରଙ୍କ ଅଭିଯୋଗ କ୍ରମେ ସୋନପୁର ଥାନା କେସ ନଂ ୩୩୫/୨୩ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ମା’ ପୁଅଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଏସଆଇ୍‌ ଲମ୍ବୋଦର ଡାଙ୍ଗ ମାମଲାକୁ ଅଧିକ ତଦନ୍ତ କରୁଥିବା ନେଇ ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ଏବଂ ଆଗକୁ ମଧ୍ୟ ଦୃଢ଼ କାର୍ଯ୍ୟାନଷ୍ଠାନ ଜାରି ରହିବା ସହ ଯଦି କୌଣସି ସ୍ଥାନରେ ଚୋରା କଫସିରଫ କାରବାର ଚାଲୁଥାଏ ଜାଣିଲେ ପୋଲିସକୁ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.